ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ମାସ ପହିଲାରୁ ତିନି ଦିନ ଧରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଦୋନ୍ନତି ଅଦାଲତ ଆଜି ଶେଷ ହୋଇଛି। ସରକାରୀ କର୍ମଚାରୀଙ୍କୁ ସମୟୋଚିତ ପଦୋନ୍ନତି ଦେବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ | ଏହି ତିନି ଦିନରେ ପଦୋନ୍ନତି ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଠାରୁ ୧୨୪୧ ଆବେଦନପତ୍ର ଗ୍ରହଣ କରାଯାଇଥିଲା | ସେଥିରୁ ୧୦୨୧ ଜଣଙ୍କ ଆବେଦନାର ଶୁଣାଣି କରାଯାଇ ସେଥି ମଧ୍ୟରୁ ୭୮୮ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଛି। ଆଜି ତୃତୀୟ ଦିନରେ ଜଙ୍ଗଲ ଓ ପରିବେଶ, କ୍ରୀଡା ଓ ଯୁବସେବା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ସମବାୟ, ବାଣିଜ୍ୟ ଓ ପରିବହନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ପର୍ୟ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଶିଳ୍ପ, ସୂକ୍ଷ୍ମ କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧିକାରୀ ଓ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା। ଏଥିରେ ଭାଗ ନେଇଥିବା କର୍ମଚାରୀମାନେ ପଦୋନ୍ନତି ଅଦାଲତ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଗୁଡିକର ଶୁଣାଣି ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଆଗାମୀ ବର୍ଷରେ ଏହି ପ୍ରକ୍ରିୟା ଯାରି ରହିବା ନେଇ ସେମାନେ ଆଶା ପ୍ରକାଶ କରିଛନ୍ତି।






More Stories
ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ…..
ତାତିରୁ ମିଳିବ ମୁକ୍ତି,ଆସୁଛି ବର୍ଷା…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..