Report Card Odisha

| Daily Odia News

BBC ଡକ୍ୟୁମେଣ୍ଟାରୀ: କେନ୍ଦ୍ରକୁ ନୋଟିସ ଜାରିକଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନ୍ କରିବାକୁ କେନ୍ଦ୍ର ନେଇଥିବା ନିଷ୍ପତ୍ତିର ଯାଞ୍ଚ କରିବେ ସୁପ୍ରିମକୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ପରବର୍ତ୍ତୀ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ରରୁ ନିଷେଧାଦେଶ ସହ ଜଡିତ ସମ୍ପୂର୍ଣ୍ଣ ଅରିଜିନାଲ ରେକର୍ଡ ମାଗିଛନ୍ତି । ୩ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମଗାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲରେ ହେବ । ଏହା ପୂର୍ବରୁ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଥିଲେ । ତେବେ ଗୁଜୁରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀ ଉପରେ ଲାଗିଥିବା ବ୍ୟାନ୍ ବିରୋଧରେ ଆବେଦନ ହୋଇଥିଲା | ଏହାର ଶୁଣାଣି କରି କେନ୍ଦ୍ରକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସାମ୍ବାଦିକ ଏନ ରାମ, ପ୍ରଶାନ୍ତ ଭୂଷଣ, ଟିଏମସି ସାଂସଦ ମହୁଆ ମିତ୍ରଙ୍କ ବ୍ୟତୀତ ଓକିଲ ଏମ.ଏଲ୍ ଶର୍ମା ଏହି ନିଷେଧାଦେଶକୁ ଦୁର୍ଭାବନାପୂର୍ଣ୍ଣ ଓ ଅସାମ୍ବିଧାନିକ ବୋଲି କହିଛନ୍ତି । ଡକ୍ୟୁମେଣ୍ଟାରୀରେ ଦିଆଯାଇଥିବା ପ୍ରମାଣ ଆଧାରରେ ଏସଆଇଟି ମାଧ୍ୟମରେ ତଦନ୍ତ କରି ଗୁଜରାଟ ଦଙ୍ଗାର ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଓକିଲ ଶର୍ମା ମଧ୍ୟ ଦାବି କରିଛନ୍ତି ।

 

Breaking News