ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀ ଓ ସିରିଆରେ ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ସୂଚନା ମିଳିଛି ମୃତ୍ୟୁ ସଂଖ୍ୟା ୧୩୦୦ କୁ ବୃଦ୍ଧି ହୋଇଛି । ଏହାସହ ଅନେକ ଲୋକେ ନିଖୋଜ ରହିଥିବା ନେଇ ଖବର ମିଳିଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ୭.୮ ତିବ୍ରତାର ଏହି ଭୂକମ୍ପ ପ୍ରାୟ ୧ ମିନିଟ୍ ଯାଏଁ ଅନୁଭବ ହୋଇଥିଲା। ଅନେକ ଅଟ୍ଟାଳିକା ଏଥିରେ ଧ୍ୱଂସ ହୋଇଯାଇଛି। ଅଟ୍ଟାଳିକା ତଳେ ଦବି ରହିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାନେଇ ଆଶଙ୍କା ରହିଛି |






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……