Report Card Odisha

| Daily Odia News

ସୁପ୍ରିମକୋର୍ଟ ୨ ନୂଆ ବିଚାରପତି ନିଯୁକ୍ତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମ କୋର୍ଟର ଧାର୍ଯ୍ୟ ଥିବା ବିଚାରପତି ଆସନ ପୂର୍ଣ୍ଣ ହୋଇଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ୨ ଜଣ ନୂଆ ବିଚାରପିତିଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିସହ ସୁପ୍ରମକୋର୍ଟରେ ଥିବା ବିଚାରପତି ପଦବୀ ସଂଖ୍ୟା ପୂରଣ ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରଜିଜ୍ଜୁ ଟ୍ୱିଟ୍‌ କରି ସୂଚନା ଦେଛନ୍ତି। ସେ କହିଛନ୍ତି ଯେ ଦୁଇଜଣ ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟକୁ ଉନ୍ନୀତ ହୋଇଛନ୍ତି । ଏହି ନୂଆ ନିଯୁକ୍ତି ସହ ସର୍ବୋଚ୍ଚ ନ୍ୟାୟାଳୟର ମୋଟ ଥିବା ବିଚାରପିତିଙ୍କ ସଂଖ୍ୟା ୩୪କୁ ଛୁଇଁଛି । ଭାରତର ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରପତି ହାଇକୋର୍ଟର ବିଚାରପତିମାନଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି। ସେମାନଙ୍କୁ ମୁଁ ଶୁଭକାମନା ଜଣାଉଛି। ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଏବଂ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାର ସୁପ୍ରିମକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ଗତ ମାସରେ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ସେମାନଙ୍କ ନାମ ସୁପାରିଶ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଅନୁଶାରେ କେନ୍ଦ୍ର ମୋହର ମାରିଛି।

Breaking News