ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଆଜି କଂଗ୍ରେସରେ ଯୋଗ ଦେବେ |ଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେବେ। ତାଙ୍କ ସହ ଆଉ କିଛି ଯୁବ ନେତା ବି ଦଳରେ ସାମିଲ ହେବେ ବୋଲି ପିସିସି ସଭାପତି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ବିଜୟ ପଟ୍ଟନାୟକ ୨୦୧୩ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ କରାଗଲା। ପରେ ପରେ ତାଙ୍କୁ ମାନବାଧିକାର କମିସନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଗଲା। ସେ ୨୦୧୫ ଏପ୍ରିଲରେ ସେଠାରୁ ଇସ୍ତଫା ଦେଇଥିଲେ।






More Stories
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..