Report Card Odisha

| Daily Odia News

ସରକାରୀ ସହାୟତା ମିଳିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଅଜାତ ଶତ୍ରୁ ହୋଇପାରନ୍ତି। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଋଣଦାତାଙ୍କୁ ବ୍ୟବହାରରେ ସନ୍ତୁଷ୍ଟକରି କୋହଳ ସୁଧରେ ଋଣ ପରିଶୋଧ କରିବେ। ସୁଖୀ ହେବେ।

ବୃଷ: ଧର୍ମ କ୍ଷେତ୍ରରେ ପ୍ରବଚନର ପ୍ରସ୍ତୁତି ସ୍ବରୂପ ବିଭିନ୍ନ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ସର୍ବଦର୍ଶୀ ହେବେ। ଋଣ ପରିଶୋଧ କରି ଖୁସି ହେବେ।

ମିଥୁନ: ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ନିଶ୍ଚିତ ମିଳିବ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।

କର୍କଟ: ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଆର୍ଥିକ ସ୍ଥିତି ଦୃଢ଼ୀଭୂତ ହେବ। ସତ୍‌ସଙ୍ଗରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ। ଗୁଣର ପ୍ରସାର ଘଟାଇ ପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସହାୟତା ମିଳିବ।

ସିଂହ: ବାଣିଜ୍ୟ କାରବାରରେ ଶ୍ରୀବୃଦ୍ଧି ଘଟିବ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ମତିମାନ୍‌ ହେବେ। ସେବା ଭାବନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ନମ୍ରତାର ପ୍ରତୀକ ହେବେ। ସମସ୍ତଙ୍କର ପ୍ରିୟପାତ୍ର ହେବେ।

କନ୍ୟା: ରୋଜଗାର ଆଶାନୁରୂପ ହେବ। କୃଚ୍ଛ୍ର ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ। ସତ୍‌ସଙ୍ଗରୁ ପରମ ଆନନ୍ଦ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁ ସହାୟତା ମିଳିବ। ସମାଜସେବାରେ ସାମିଲ ହେବେ।

ତୁଳା: ମୌନାବତାର ସାଧନାରୁ ଶାଶ୍ବତ ଓ ସୁଖର ସନ୍ଧାନ ମିଳିବ। ମଧୁର ଭାଷା ବ୍ୟବହାରର ସୌଜନ୍ୟତା ପରକୁ ଆପଣାର କରିବ। ବିବାଦୀୟ ବିତର୍କକୁ ବର୍ଜନ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଆଶ୍ବସ୍ତ ହେବେ।

ବିଛା: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ବରିଷ୍ଠ ବ୍ୟକ୍ତି ଓ ବିଭିନ୍ନ ଲାଭକରୀ ଅନୁଷ୍ଠାନ ସହ ଆଲୋଚନାରତ ହେବେ ଓ ତାହା ଫଳପ୍ରସୂ ହେବ। ସରକାରୀ ଓ ବେସରକାରୀ ସ୍ତରରୁ ଲାଭବାନ୍‌ ହେବେ।

ଧନୁ: ଜ୍ଞାନର ପ୍ରଦୀପ ଜଳାଇ ଅଜ୍ଞାନ ଅନ୍ଧକାରକୁ ଦୂର କରିବାରେ ପାରଙ୍ଗମ ହେବେ। କର୍ମକ୍ଷେତ୍ରକୁ ସ୍ବଚ୍ଛ ଓ ନିର୍ମଳ ରଖି ଜଣେ ଶୃଙ୍ଖଳିତ କର୍ମୀର ନିଦର୍ଶନ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ସୁଖୀ ରହିବେ।

ମକର: ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି। ପୁଣ୍ୟ କର୍ମଯୋଗଁୁ ପାପ, ତାପ, ପରିହାରକ ହୋଇପାରନ୍ତି। କ୍ଷମତାଧାରୀ ହେବା ଆଶା କରାଯାଏ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରି ପୁରସ୍କୃତ ହେବେ।

କୁମ୍ଭ: ଧର୍ମ ନିକିତିଧାରୀ ହେବେ। ଅଧସ୍ତନଙ୍କ କର୍ମ ତଉଲିବାରେ ପାରଙ୍ଗମ ହେବେ। ପରର ପୀଡ଼ାକୁ ଅନୁଭବ କରିପାରନ୍ତି। ନିଜେ ପୀଡ଼ିତ ଥାଇ ମଧ୍ୟ କର୍ମକ୍ଷମ ରହିବେ। ପାପ, ତାପ ପରିହାରକ ହେବେ।

ମୀନ: ଦୁଃଖର ବିଦାୟ ଓ ସୁଖର ଆଗମ ଆପଣଙ୍କ ମନରେ ଉତ୍ସାହ ଭରିଦେଇପାରେ। ସେବା ପରାୟଣ ହେବେ। ଭୋଗୀ ହେଲେ ବି ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ଥାଏ। ପତ୍ନୀ ସହାୟିକା ହେବେ।

Breaking News