ରିପୋର୍ଟ କାର୍ଡ / କଟକ
ରାତି ସାଢ଼େ ଗୋଟାଏ ଯାଏ ସହରରେ ମଦ ବାର୍ ଖୋଲିବାକୁ ଅନୁମତି ଦିଆଯିବା ଏବଂ ରାତି ୧୦ଟା ସୁଦ୍ଧା ଖାଦ୍ୟ ଦୋକାନକୁ ବନ୍ଦ କରିବା ପାଇଁ କୁହାଯିବା ଘଟଣାକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଏଭଳି ବିଚିତ୍ର ନୀତି ବିରୋଧରେ ହୋଟେଲ୍ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ ମୁହଁ ଖୋଲିଛନ୍ତି। ସରକାର ଏଭଳି ନିଷ୍ପତ୍ତିରେ ସଂଶୋଧନ କରିବାକୁ ଦାବି ଉଠିଛି। କଟକ ସହରରେ କଟକ ବଡ଼ ଡାକ୍ତରଖାନା, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସମେତ ବଡ଼ ବଡ ହସ୍ପିଟାଲ ରହିଥିବାରୁ ରାତି ଅଧ ଯାଏ ରୋଗୀ ଓ ରୋଗୀ ସଂପର୍କୀୟଙ୍କର ବିଭିନ୍ନ ଆବଶ୍ୟକତା ରହୁଛି। ଏହାସହିତ କଟକ ରେଳ ଷ୍ଟେସନ ଏବଂ ବାଦାମବାଡି ବସ୍ଷ୍ଟାଣ୍ଡ ଯୋଗୁଁ ଲୋକେ ଏଠି ବିଳମ୍ବିତ ରାତି ଯାଏ ଚଳପ୍ରଚଳ ହୁଅନ୍ତି। କିନ୍ତୁ ରାତି ୧୦ ଟପିଲେ ସହରରେ ହୋଟେଲ ବନ୍ଦ ହୋଇଯିବା ଘଟଣା ସମସ୍ୟାର କାରଣ ହେଉଛି। ଏହି ନିୟମରେ ସଂଶୋଧନ ପାଇଁ ଦାବି ହୋଇଛି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..