Report Card Odisha

| Daily Odia News

ବିଏମସି ନୂଆ ଗାଇଡ଼ଲାଇନ, ଦେବାକୁ ପଡିବ ଜୋରିମାନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀକୁ ସରସ ସୁନ୍ଦର କରିବା ପାଇଁ ବିଏମସି ନୂଆ ନୂଆ ପ୍ରୟାସ କରୁଛି | ଏହାଭିତରେ ସହରରେ ଆବର୍ଜନା ସଂଖ୍ୟା ବୃଦ୍ଧି ପାଉଛି। ଲୋକମାନେ ଏହାକୁ ଯେଉଁଠାରେ ପାରୁଛନ୍ତି ସେଠାରେ ଗଦାକରି ଜାଳୁଛନ୍ତି । କେଉଁ ପରିମାଣର ଆବର୍ଜନା ବାହାରୁଛି ତାହାକୁ ନେଇ ଏବେ ଘରେ ଘରେ ବୁଲି ବିଏମସି ସର୍ବେକ୍ଷଣ ଆରମ୍ଭ କରିଛି । ପ୍ରତ୍ୟକ ଦିନ କେତେ ପରିମାଣର ଆର୍ବଜନା ବାହାରୁଛି ତାହାକୁ ଓଜନ କରାଯାଉଛି । ତେବେ ବିଏମସି କେବଳ ଆବର୍ଜନା ସର୍ବେକ୍ଷଣ ନୁହେଁ ବରଂ ବାହାରେ ଆବର୍ଜନା ପକାଇବା, ଜାଳିବାକୁ ନେଇ ମଧ୍ୟ ଏସଓପି ଜାରି କରିଛି । ଆଉ ଏହି ଏସଓପି ଯେଉଁମାନେ ପାଳନ କରୁ ନାହାନ୍ତି ତାଙ୍କ ପାଇଁ ମୋଟା ଅଙ୍କର ଜୋରିମାନା ମଧ୍ୟ ରହିଛି । ସରକାରୀ ସୂଚନା ଅନୁସାରେ ପ୍ରତିଦିନ ଜଣେ ବ୍ୟକ୍ତିଙ୍କ ପାଖରୁ ୩୫୦ ଗ୍ରାମ ଆବର୍ଜନା ବାହାରିବା ଆବଶ୍ୟକ। ୨୦୧୧ ଜନ ଗଣନା ଆଉ ସଫେଇ ଟେଣ୍ଡରରେ ମଧ୍ୟ ସମାନ ଅନୁମାନ ଲଗାଯାଇଛି । କିନ୍ତୁ ୨୦୧୪ରେ ସହରର ଜନସଂଖ୍ୟା ହିସାବରେ ଆବର୍ଜନା ଆକଳନ କରାଯାଇଥିଲା ତାହା ଅନୁସାରେ ପ୍ରତ୍ୟେକ ଦିନ ୫ଶହ ଟନ ଆବର୍ଜନା ବାହାରୁଛି । ସେହି ହିସାବରେ ଏମସିସି ପ୍ରସ୍ତୁତ କରାଯାଇଛି । ହକି ସମୟରେ ମଧ୍ୟ ଅଧିକ ଆବର୍ଜନା ବୃଦ୍ଧି ପାଇଛି । ତେଣୁ ଏବେ ପ୍ରତିଦିନ ଆବର୍ଜନା ପରିମାଣ ବଢ଼ିବାରେ ଲାଗିଛି । ଯାହାର ଆକଳନ ପାଇଁ ଏବେ ବିଏମସି ଯୋଜନା କରୁଛି । ଘର ଘର ବୁଲି ଅଳିଆର ପରିମାଣ ଆଳକନ ହେଉଛି। ଅନ୍ୟପଟେ ଅଳିଆକୁ ଖୋଲାରେ ଜାଳିଲେ୧୦ ହଜାର ରାଶି ଜୋରିମାନା ଧାର୍ଯ୍ୟ କରାଯାଇଛି। ଏହା ସହ ବାହାରରେ ନିର୍ମାଣ ଅଳିଆ ପକାଇଲେ ୧୦ ହଜାର ଆଉ ସବୁଜ ଅଳିଆ ପକାଇଲେ ୫ ହଜାର ରାଶି ଜୋରିମାନା ରଖାଯାଇଛି । ସେହିଭଳି ମେଡିକାଲ ଆବର୍ଜନା ଏଣେ ତେଣେ ପକାଇଲେ ୧ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରାଯାଇଛି ।

Breaking News