ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀ ଓ ସିରିଆରେ ତାଣ୍ଡବ ରଚିଛି ଭୂକମ୍ପ | ବଢିଛି ଚାଲିଛି ମୃତ୍ୟୁ ସଂଖ୍ୟା। ପ୍ରାୟ ୨୪ ହଜାରରୁ ଅଧିକ ଲୋକଙ୍କ ଙ୍କର ମୃତ୍ୟୁ ରିପୋର୍ଟ ମିଳିଛି । ଏବେ ମଧ୍ୟ ଧ୍ୱଂସାବଶେଷ ତଳେ ଅନେକ ଲୋକ ଦାବି ରହିଛନ୍ତି | ଉଦ୍ଧାରକାରୀ ଦଳ ଦ୍ୱାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ। ସେହିପରି ପ୍ରାୟ ୮୦,୦୫୨ ଆହତଙ୍କୁ ଉଦ୍ଧାର କରାଯାଇଛି। ଆହୁରି ମଧ୍ୟ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି, ଭୂକମ୍ପରେ ପ୍ରଭାବିତ ସଭିଁଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ‘ଅପରେସନ ଦୋସ୍ତ’ ଦ୍ୱାରା ଭାରତୀୟ ଟିମ୍ ଦିନରାତି କାର୍ଯ୍ୟ କରୁଛନ୍ତି। ସେମାନେ ଅଧିକ ରୁ ଅଧିକ ଜୀବନ ଓ ସମ୍ପତ୍ତି ରକ୍ଷା କରିବା ପାଇଁ ନିଜର ଦକ୍ଷତା ପ୍ରଦର୍ଶନ କରିବେ।






More Stories
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..
ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ…..
ମୋଦିଙ୍କ ମନ କି ବାତ:କାରଗିଲ ବିଜୟ ଦିବସର ଶୁଭେଚ୍ଛା…..