ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେହେରୁଙ୍କ ସାଙ୍ଗିଆ କାହିଁକି ଧାରଣ କରୁ ନାହାନ୍ତି ବୋଲି ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ | ଏହାର ପାଲଟା ଜବାବ ଦେଇଛି କଂଗ୍ରେସ | କହିଛି କି ଭାରତରେ କେହି କ’ଣ ଅଜାଙ୍କ ସାଙ୍ଗିଆ ଧାରଣ କରେ | ଭାରତୀୟ ସଂସ୍କୃତି ଉପରେ ତାଙ୍କର ମୌଳିକ ଧାରଣା ନାହିଁ କହି କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଲଟା ସମାଲୋଚନା କରିଛି। ସୂଚନାଯୋଗ୍ୟ ଗାନ୍ଧୀ ପରିବାରକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ଟିପ୍ପଣୀର ପ୍ରତ୍ୟୁତ୍ତର ଦେଇ କଂଗ୍ରେସ ଏ କଥା କହିଛି। ‘ଏଆଇସିସି’ର ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା ସାମ୍ବାଦିକମାନଙ୍କୁ କହିଛନ୍ତି, କବେଳ ଈଶ୍ବର ହିଁ ଏ ଦେଶକୁ ବଞ୍ଚାଇ ରଖି ପାରିବେ। ଏଭଳି ଦାୟିତ୍ବସମ୍ପନ୍ନ ପଦବୀରେ ବସିଥିବା ବ୍ୟକ୍ତି ଭାରତର ସଂସ୍କୃତି ଜାଣନ୍ତି ନାହିଁ କି, ବୁଝନ୍ତି ନାହିଁ। ଦେଶର ଯେକୌଣସି ବ୍ୟକ୍ତିଙ୍କୁ ପଚାରନ୍ତୁ କିଏ କ’ଣ ଅଜାଙ୍କ ସାଙ୍ଗିଆ ଧାରଣ କରେ| ଦଳର ମୁଖ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ। ସୂର୍ଯ୍ୟେୱାଲା କହିଲେ, ଯଦି ତାଙ୍କର ଭାରତୀୟ ସଂସ୍କୃତି ବିଷୟରେ ମୌଳିକ ଧାରଣା ନାହିଁ, ତେବେ ଈଶ୍ବର ହିଁ କେବଳ ଏ ଦେଶକୁ ବଞ୍ଚାଇ ରକ୍ଷା କରିପାରିବେ। ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ରାଜ୍ୟସଭାରେ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ସମାଲୋଚନା କରି କହିଥିଲେ, ଯଦି ଆମେ କେତେବେଳେ ନେହେରୁଙ୍କ ନାଁ ଛାଡ଼ି ଯାଉଛୁ, ସେମାନେ ଆମ ତ୍ରୁଟି ଧରିପକାଉଛନ୍ତି। କାରଣ ନେହେରୁ ଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। କିନ୍ତୁ, ମୁଁ ବୁଝିପାରୁନି ସେ ବଂଶର କେହି କାହିଁକି ନେହେରୁଙ୍କ ସାଙ୍ଗିଆ ଧାରଣ କରୁନାହାନ୍ତି | ନେହେରୁ ସାଙ୍ଗିଆ ଧାରଣ କରିବା କ’ଣ ଲଜ୍ଜାଜନକ| କ’ଣ ପାଇଁ ଲଜ୍ଜା |ଏଡ଼େ ମହାନ୍ ବ୍ୟକ୍ତିତ୍ବଙ୍କୁ ଗ୍ରହଣ କରିବା ଲାଗି ପରିବାର ପ୍ରସ୍ତୁତ ନ ଥିବା ବେଳେ ଆମ ଭୁଲ୍ ଧରୁଛନ୍ତି କାହିଁକି|






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..