ରିପୋର୍ଟ କାର୍ଡ / ଭୁବନେଶ୍ବର
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ନାର୍କୋ ଟେଷ୍ଟ ଆଜି ଶେଷ ହୋଇଛି। ଗୁଜରାଟର ଗାନ୍ଧିନଗରସ୍ଥିତ ଡିଏଫ୍ଏସରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ଏହି ଟେଷ୍ଟ ପୂର୍ବରୁ ଗୋପାଳର ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ଟେଷ୍ଟ କରାଯିବା ପରେ ଇଞ୍ଜେକସନ ଦିଆଯାଇ ନାର୍କୋ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି। ନାର୍କୋ ଟେଷ୍ଟରେ ଗୋପାଳଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରି ଗୁଳିକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରିଥିବା ଜଣାପଡିଛି। ତେବେ ନାର୍କୋ ଟେଷ୍ଟ ପରେ ଗୋପାଳ ଅଚେତ ହୋଇପଡ଼ିଥିବା ଜଣାଯାଇଛି।






More Stories
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..