ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନର ଗ୍ରେଟ୍ ୟାରମାଉଥ୍ ନିକଟରେ ବୋମା ବିସ୍ଫୋରଣ ହୋଇଛି । ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏହା ବିସ୍ଫୋରଣ ହେବାରୁ ୨୪କିଲୋମିଟର ଯାଏଁ ଇଲାକା ଥରିଉଠିଥିଲା । ଏବେ ଏହି ବିସ୍ଫେରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବିସି ରିପୋର୍ଟ ମୁତାବକ, ମଙ୍ଗଳବାର ସକାଳ ସମୟରେ ଗ୍ରେଟ୍ ୟାରମାଉଥ୍ ଗ୍ୟାସ ପାଇପ କାମ ଚାଲୁଥିବାବେଳେ ଏକ ବୋମା ଦେଖିବାକୁ ମିଳିଥିଲା । ଏହାକୁ ପରୀକ୍ଷା ନିରୀକ୍ଷା କରିବାରୁ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି ଜାଣିବାକୁ ମିଳିଥିଲା । ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏପରି ଭାବେ ବିସ୍ଫୋରଣ ହୋଇଥିଲା ଯେ, ପାଖାପାଖି ୨୪ କିଲୋମିଟର ଯାଏଁ ଅଞ୍ଚଳ ଥରି ଉଠିଥିଲା ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….