Report Card Odisha

| Daily Odia News

OHRC ରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିସ ରଘୁବୀର ଦାଶ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିୟୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ରଘୁବୀର ଦାଶଙ୍କ କହିବା କଥା ଓଏଚ୍‌ଆର୍‌ସିର ନୂଆ ଅଧ୍ୟକ୍ଷ ଭାବେ ଯିଏ ନିଯୁକ୍ତି ପାଇଛନ୍ତି ସେ ଓଡ଼ିଶା ହାଇକୋର୍ଟରେ ତାଙ୍କ ଜୁନିୟର ଥିଲେ। ତେଣୁ ନବ ନିଯୁକ୍ତ ଅଧ୍ୟକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ତାଙ୍କୁ ତାଙ୍କ ବିବେକ ବାଧା ଦେଇଛି। ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ ଓଏଚ୍‌ଆର୍‌ସିର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ୍ ରଘୁବୀର ଦାଶ ରାଜ୍ୟପାଳଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

Breaking News