ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୧୬ରେ ହେବ ଦିଲ୍ଲୀ ମେୟର ନିର୍ବାଚନ। ଏନେଇ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦେଇଥିବା ପ୍ରସ୍ତାବକୁ ସେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆସନ୍ତା ୧୬ରେ ମେୟର, ଡେପୁଟି ମେୟର ଏବଂ ସ୍ଥାୟୀ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ଆୟୋଜନ କରାଯିବ। ଏଲଜି ସାକ୍ସେନା କହିଛନ୍ତି ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ସୁପାରିଶ ଅନୁଯାୟୀ ଫେବ୍ରୁଆରୀ ୧୬ରେ ମେୟର, ଡେପୁଟି ମେୟର ନିର୍ବାଚନ ପାଇଁ ଡକ୍ଟର ଏସପି ମୁଖାର୍ଜୀ ସିଭିକ ସେଣ୍ଟରରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ ବୈଠକ କରିବାର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛି। ମେୟର ଏବଂ ଷ୍ଟାଣ୍ଡିଂ କମିଟିର ୬ ଜଣ ସଦସ୍ୟ ଏହାପୂର୍ବରୁ ଦିଲ୍ଲୀ ସରକାର ଏବଂ ଏମସିଡି ଫେବ୍ରୁଆରୀ ୧୬କୁ ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ତାରିଖ ଭାବରେ ସ୍ଥିର କରିଥିଲେ। ଏହି ପ୍ରସ୍ତାବର ଚୂଡ଼ାନ୍ତ ଅନୁମୋଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା। ପୂର୍ବରୁ ହଙ୍ଗାମା କାରଣରୁ ଦିଲ୍ଲୀର ମେୟର ନିର୍ବାଚନ ପ୍ରୟାସ ୩ ଥର ବିଫଳ ହୋଇଥିଲା।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..