ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଙ୍ଗାଲୁରୁର ଆକାଶ ‘ନୂଆ ଭାରତ’ର ସାମର୍ଥ୍ୟର ସାକ୍ଷୀ | ଆଜି ବେଙ୍ଗାଲୁରୁରେ ଏସିଆ ମହାଦେଶର ବୃହତ୍ତମ ବିମାନ ଉଡ଼ାଣ ପ୍ରଦର୍ଶନ ‘ଏରୋ ଇଣ୍ଡିଆ ୨୦୨୩’ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହି ୫ଦିନିଆ ପ୍ରଦର୍ଶନୀ ବା ‘ସୋ’ର ୧୪ଶ ସଂସ୍କରଣରେ ବିମାନ ନିର୍ମାଣ କ୍ଷେତ୍ରରେ ସ୍ବଦେଶୀ ଉପକରଣ ଏବଂ ବିଦେଶୀ କମ୍ପାନିମାନଙ୍କ ବୈଷୟିକ ଜ୍ଞାନକୌଶଳ ସହଯୋଗରେ ନିର୍ମିତ ଉପକରଣ ପ୍ରଦର୍ଶନ କରାଯିବା ସହିତ ବିମାନ ଓ ହେଲିକପ୍ଟର୍ ଉଡ଼ାଣ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କେତେଗୁଡ଼ିଏ ସ୍ମାରକୀ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ପ୍ରତିରକ୍ଷା ଅଧିକାରୀମାନଙ୍କ କହିବା ଅନୁସାରେ, ୟେଲାହଙ୍କା ଏୟାର୍ ଫୋର୍ସ ଷ୍ଟେସନ୍ରେ ଚାଲିଥିବା ଏହି ପ୍ରଦର୍ଶନୀରେ ୧୧୦ ବିଦେଶୀଙ୍କ ସମେତ ୮୦୯ ପ୍ରଦର୍ଶକ ଅଂଶ ଗ୍ରହଣ କରିବେ। ଏହି ମଞ୍ଚର ଆଭିମୁଖ୍ୟ ରହିଛି ‘ମେକ୍ ଇନ୍ ଇଣ୍ଡିଆ ଫର୍ ଦି ୱାର୍ଲଡ୍’ ବା ‘ବିଶ୍ବ ନିମନ୍ତେ ଭାରତରେ ନିର୍ମାଣ କରନ୍ତୁ’। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପୂର୍ବାପେକ୍ଷା ଅଧିକ ଉନ୍ନତି ‘ନୂଆ ଭାରତ’ର ସତ୍ୟତା ବୋଲି ‘ଏରୋ ଇଣ୍ଡିଆ’ ପ୍ରମାଣ ଦେଉଛି। ଆଜି ଭାରତ ଆଗ ଅପେକ୍ଷା ଯଥେଷ୍ଟ ଉନ୍ନତି କରିବା ସହିତ ବିଭିନ୍ନ ପ୍ରତିବନ୍ଧକ ଅତିକ୍ରମ କରିଛି। ‘ଏରୋ ଇଣ୍ଡିଆ’ ହେଉଛି ଭାରତ ପ୍ରତି ଅନ୍ୟ ଦେଶମାନଙ୍କ ବିଶ୍ବାସର ପ୍ରମାଣ। ପ୍ରତିରକ୍ଷା କ୍ଷେତ୍ରରେ ଉଦ୍ଭାବନ ନିମନ୍ତେ ଆମେ କାର୍ଯ୍ୟ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ‘ଏରୋ ଇଣ୍ଡିଆ’ ହେଉଛି ଭାରତର ସମ୍ପ୍ରସାରିତ ସାମର୍ଥ୍ୟର ଉଦାହରଣ। ଏଠାରେ ଉପସ୍ଥିତ ପ୍ରାୟ ୧୦୦ ଦେଶ ପ୍ରମାଣିତ କରୁଛନ୍ତି ଯେ, ଭାରତ ପ୍ରତି ବିଶ୍ବର ବିଶ୍ବାସ ବୃଦ୍ଧି ପାଇଛି। ଚଳିତ ବର୍ଷ ଭାରତ ଏବଂ ବିଶ୍ବରୁ ୭୦୦ ପ୍ରଦର୍ଶନକାରୀ ଏଥିରେ ଅଂଶ ଗ୍ରହଣ କରି ଏହାର ସମସ୍ତ ପୁରାତନ ରେକର୍ଡ ଭଙ୍ଗ କରିଛନ୍ତି। ସେ ପୁଣି କହିଛନ୍ତି, ‘ଏରୋ ଇଣ୍ଡିଆ’ ‘ନୂଆ ଭାରତ’ର ଆଭିମୁଖ୍ୟକୁ ପ୍ରତିଫଳନ କରୁଛି। ଦିନ ଥିଲା ଏହାକୁ ଖାଲି ଗୋଟାଏ ‘ସୋ’ ବୋଲି କୁହାଯାଉଥିଲା। ଗତ ଅଳ୍ପ କେତେ ବର୍ଷ ହେବ ଦେଶ ଏହି ଚିନ୍ତାଧାରକୁ ପରି |






More Stories
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..
ବିଜୟକୁ ଭେଟି ସମର୍ଥନ ଦେଲା କଂଗ୍ରେସ…..
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..