ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଲୱାମା ଆକ୍ରମଣ କୁ ୪ ବର୍ଷ ବିତିଯାଇଛି | ଆଜିବି ସହିଦ ଯବାନଙ୍କୁ ଝୁରୁଛନ୍ତି ପରିବାର | ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଟ୍ବିଟରରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟ୍ କରି ଲେଖିଛନ୍ତି, ‘ଆଜିର ଦିନରେ ପୁଲୱାମାରେ ନିଜ ଜୀବନ ଦେଇଥିବା ଆମର ସାହସୀ ହିରୋମାନେ ମନେ ପଡୁଛନ୍ତି। ସେମାନଙ୍କ ବଳିଦାନକୁ ଆମେ କେବେ ବି ଭୁଲିପାରିବୁ ନାହିଁ। ସେମାନଙ୍କ ସାହସ ଆମକୁ ଶକ୍ତିଶାଳୀ ଓ ବିକଶିତ ଭାରତ ଗଠନ କରିବାକୁ ପ୍ରେରିତ କରୁଛି।’ ଉଲ୍ଲେଖଯୋଗ୍ୟ, ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ସାରା ଦେଶ ପାଇଁ କଳାଦିନ ପାଲଟି ଯାଇଥିଲା। ଏହି ଦିନ ଜୈସ୍-ଇ-ମହମ୍ମଦର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରୁ ଶ୍ରୀନଗରକୁ ଯାଉଥିବା ସିଆର୍ପିଏଫ୍ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ବେଳେ ପ୍ରାୟ ୪୦ରୁ ଉର୍ଧ୍ବ ଭାରତୀୟ ଯବାନ ସହିଦ ହୋଇଥିଲେ। ୭୮ ଗାଡ଼ିରେ ପ୍ରାୟ ୨୫୦୦ରୁ ଅଧିକ ଯବାନ ଯାଉଥିବା ବେଳେ ଆତଙ୍କବାଦୀମାନେ ଆକ୍ରଣମ କରିଥିଲେ। ଉଲ୍ଲେଖ ଯୋଗ୍ୟ ଆଜିର ଦିନକୁ ସାରାଦେଶ କଳାଦିବସ ରୂପେ ପାଳନ କରୁଛି |






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..