Report Card Odisha

| Daily Odia News

ରାଜଧାନୀରେ ବିଜେଡି-ବିଜେପି ପ୍ରତିବାଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜ ଭବନ ସମ୍ମୁଖରେ ଆଜି ବିଜେଡି ନେତା ଧାରଣା ବସିଛନ୍ତି । କେନ୍ଦ୍ରର ୫ କେଜି ଚାଉଳ କାଟକୁ ନେଇ ବିଜେଡି ଉତ୍ତ୍ୟକ୍ତ ହୋଇଛି । ସୂଚନା ଅନୁସାରେ, କେନ୍ଦ୍ର ସରକାର କିଛିଦିନ ତଳେ ରାଜ୍ୟକୁ ପରିବାର ପିଛା ୫କେଜି ଚାଉଳକୁ କାଟ କରିଛନ୍ତି । ଏନେଇ ବିଜେଡି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଆଜି ଏହି ପ୍ରସଙ୍ଗରେ ବିଜେଡ଼ି ନେତାମାନେ ଜନଆନ୍ଦୋଳନରେ ଯୋଗ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରତିନିଧି ମାନେ ଦାବିପତ୍ର ଦେଇଛନ୍ତି । ସେହିପରି ଆସନ୍ତା କାଲି ପଞ୍ଚାୟତ ଅଫିସ ଆଗରେ ବିଜେଡ଼ିର ଆନ୍ଦୋଳନ ହୋଇଥିଲା । ୧୬ରେ ବ୍ଲକ ଅଫିସ ଓ ଜିଲ୍ଲାପାଳଙ୍କୁ ଦିଆଯିବ ଦାବିପତ୍ର । ଅନ୍ୟପଟେ ବିଜେପି ଭୁବନେଶ୍ୱରର ୫ଟି ସ୍ଥାନରେ ଗଣ ଆନ୍ଦୋଳନ ଜାରି ରଖିଛି । ରାଜ୍ୟବ୍ୟାପି ବିଜେପି ପକ୍ଷରୁ ୩ ଦିନିଆ ଆନ୍ଦୋଳନ ଜାରି ରହିଛି । ବିଜେପି ବିକ୍ଷୋଭର କାରଣ ହେଉଛି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ଭୁବନେଶ୍ୱରର ଏଜି ଛକରେ ଦଳ ପକ୍ଷରୁ ହରତାଳ ଦେଖାଦେଇଛି । ଭୁବନେଶ୍ୱରର ଜୟଦେବ ବିହାର, ପଳାଶୁଣି, ଖଣ୍ଡଗିରି, ସାମନ୍ତରାପୁରରେ ହରତାଳ ଅବ୍ୟହତ ରହିଛି ।

Breaking News