ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶରେ ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୁଲତାନପୁର ଷ୍ଟେସନ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପରକୁ ଧକ୍କା ହେବା ଫଳରେ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଛି ।ଦୁର୍ଘଟଣାରେ ମୃତାହତ ଙ୍କ ସୂଚନା ମିଳି ନାହିଁ। ଦୁର୍ଘଟଣା ପରେ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । କ୍ଷତିଗ୍ରସ୍ତ ହୋଇଥିବା ବଗି ଗୁଡିକୁ ଟ୍ରାକରୁ ଉଠାଇବା ପାଇଁ ଉଦ୍ୟମ କରାଯାଉଛି। ଆଜି ଭୋରରୁ ମାଲବାହୀ ଟ୍ରେନ୍ ଦୁଇଟି ପରସ୍ପରକୁ ଧକ୍କା ଦେଇଥିଲେ । ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିନାହିଁ । ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….