ରିପୋର୍ଟ କାର୍ଡ / ଭୁବନେଶ୍ୱର
ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ସୌମ୍ୟଜିତ୍ ଗିରଫ ହୋଇଛନ୍ତି | ଆଜି ଚନ୍ଦ୍ରଶେଖର ଥାନା ପୋଲିସ ସମ୍ବଲପୁର ବଂଶୀଧରନଗର ସ୍ଥିତ ଘରୁ ସୌମ୍ୟଜିତ୍ଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ସୌମ୍ୟଜିତ୍ଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଗତବର୍ଷ ଶୈଳଶ୍ରୀ ବିହାର ସ୍ଥିତ ଘରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଶ୍ୱେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ସୌମ୍ୟଜିତ୍ଙ୍କୁ ଦାୟୀ କରି ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଅପମୃତ୍ୟୁ ବଦଳରେ ଭାରତୀୟ ପିଙ୍ଗଳ କୋଡ ୩୦୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..