ରିପୋର୍ଟ କାର୍ଡ / ଭୁବନେଶ୍ଵର
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପୋଷ୍ଟ ବଜେଟ୍ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଆଜି ମେ’ ଫେୟାରରେ ଆୟୋଜିତ ହୋଇଥିଲା ପୋଷ୍ଟ ବଜେଟ୍ ସମ୍ମିଳନୀ | ନିର୍ମଳା ସୀତାରମଣ ସମ୍ମିଳନୀରେ କହିଛନ୍ତି କି ଅମୃତକାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ । ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ । ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ଲାଗି ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ବ ଦିଆଯାଇଛି। ଆବାସ ଯୋଜନା, ହର ଘର୍ ନଲ ଆଦି ଯୋଜନାରୁ ସେମାନଙ୍କୁ ବହୁତ ଫାଇଦା ମିଳିବ। କେନ୍ଦ୍ର ସରକାରଙ୍କ ଡେଭଲପମେଣ୍ଟ ଗୋଲର କେନ୍ଦ୍ରରେ ରହିଛି ଏମଏସଏମଇ। ଦେଶର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ପୂର୍ବରୁ ଆକାଂକ୍ଷୀ ଜିଲ୍ଲା ଆରମ୍ଭ କରାଯାଇଥିଲା। ଚଳିତ ବଜେଟରୁ ଏହାକୁ ପୁନଶ୍ଚ ତୃଣମୂଳ ସ୍ତରକୁ ନେବାକୁ ୫୦୦ ଆକାଂକ୍ଷୀ ବ୍ଳକ୍ ଚିହ୍ନଟ କରାଯାଇଛି । ଏସବୁ ଅଞ୍ଚଳରେ ମୌଳିକ ସୁବିଧା ସହ ଭିତ୍ତଭୂମି ବିକାଶକୁ ଗୁରୁତ୍ଵ ଦିଆଯିବ। ଟେକ୍ନୋଲୋଜିଭିତ୍ତିକ ବିକାଶ ଲାଗି ଶ୍ରମିକଙ୍କୁ ପ୍ରଶିକ୍ଷିତ କରାଯିବ। ଫସିଲ ଫୁଏଲରୁ ଗ୍ରିନ ଏନର୍ଜିକୁ ଟ୍ରାନସଫରମେସନ୍ ଲାଗି ବଜେଟରେ ଗୁରୁତ୍ବ ଦିଆଯାଇଛି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..