ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ହ୍ବାଟ୍ସଆପ୍ ଅଧିକ ଲୋକପ୍ରିୟ । ହ୍ବାଟ୍ସଆପ୍ କୁ ସର୍ବାଧିକ ବ୍ୟବହାର କରିଥାନ୍ତି । ମାତ୍ର ଏହି ପ୍ଲାଟଫର୍ମରେ ଏକକାଳୀୟ ୩୦ ରୁ ଅଧିକ ଫାଇଲ୍ ପ୍ରେରଣ ହୋଇପାରେ ନାହିଁ, ଯାହା ଫଳରେ ୟୁଜର୍ସଙ୍କୁ ସାମାନ୍ୟ ଅସୁବିଧା ହୋଇଥାଏ । ଏବେ ଆଉ ଏହି ଅସୁବିଧା ରହିବ ନାହିଁ । ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍ ଆଣୁଛି ନୂଆ ଫିଚର୍ସ । ସୂଚନା ଅନୁସାରେ, ମାର୍କ ଜୁକରବର୍ଗଙ୍କ ମାଲିକାନା ମେଟା ଅଧୀନରେ ପରିଚାଳିତ ହ୍ବାଟ୍ସଆପ୍ରେ ଏଣିକି ଏକକାଳୀନ ୧୦୦ ଫାଇଲ୍ ସେଣ୍ଡ୍ କରାଯାଇ ପାରିବ । ଏକାସାଙ୍ଗରେ ୧୦୦ ଟି ଡକ୍ୟୁମେଣ୍ଟ ମଧ୍ୟ ପଠାଇପାରିବେ ୟୁଜର୍ସ । ଏଥିସହ ସମସ୍ତ ଫାଇଲ୍ରେ କ୍ୟାପ୍ସନ୍ ସଂଯୋଗ ମଧ୍ୟ କରିପାରିବେ । ବ୍ୟବହାରକାରୀ ଆପ୍ ଅପଡେଟ୍ କରିବା ପରେ ଏହି ନୂଆ ଫିଚର୍ସ ପାଇପାରିବା ।






More Stories
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..
ବିଜୟକୁ ଭେଟି ସମର୍ଥନ ଦେଲା କଂଗ୍ରେସ…..
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..