ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିକ୍କି ଯାଦବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାହିଲ୍ ଗେହ୍ଲଟ୍ଙ୍କ ବାପାଙ୍କ ସମେତ ୫ଜଣଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିଛି | ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି। ପୁଅକୁ ଷଡ଼ଯନ୍ତ୍ରରେ ସହାୟତା କରିଥିବା ଅଭିଯୋଗରେ ସାହିଲ୍ଙ୍କ ବାପାଙ୍କୁ ଗିରଫ କରାଯାଇଛି। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିବା ବେଳେ ସ୍ପେସାଲ୍ ସି. ପି. ରବିନ୍ଦର ଯାଦବ ସୁନିଶ୍ଚିତ କରି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ସାହିଲ୍ ଗେହ୍ଲଟ୍ଙ୍କ ବ୍ୟତୀତ ଦିଲ୍ଲୀ ପୋଲିସ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଷଡ଼ଯନ୍ତ୍ରରେ ସାହିଲ୍ଙ୍କୁ ସହାୟତା କରିଥିବା ଅଭିଯୋଗରେ ତାଙ୍କ ବାପାଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ନିକ୍କିଙ୍କୁ ପୁଅ ହତ୍ୟା କରିଥିବା କଥା ବାପା ବୀରେନ୍ଦର୍ ସିଂହ ଜାଣିଥିଲେ ବୋଲି ପୋଲିସ ଜାଣିବା ପରେ ତାଙ୍କୁ ଗିରଫ କରାଯାଇଛି। ଏହାଛଡ଼ା, ଗିରଫ ହୋଇଥିବା ଆଉ ୪ଜଣଙ୍କ ମଧ୍ୟରେ ଅଛି ସାହିଲ୍ଙ୍କ ଭାଇ, ସମ୍ପର୍କୀୟ ଭାଇ ଓ ବନ୍ଧୁ। ସାହିଲ୍ଙ୍କ ବନ୍ଧୁ ଓ ସମ୍ପର୍କୀୟ ଭାଇ ନିକ୍କିଙ୍କ ଶବ ଲୁଚାଇବା କାମରେ ସହାୟତା କରିଥିଲେ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..