ରିପୋର୍ଟ କାର୍ଡ / ବାଲେଶ୍ଵର
ସୋର ପୁରୁବାଈ କନ୍ୟାଶ୍ରମରେ ଜାପାନୀଜ ଏନସେଫାଲାଇଟିସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦେଵ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କନ୍ୟାଶ୍ରମର ଅସୁସ୍ଥ ଥିବା ଅନ୍ୟ ୨୯ଜଣ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୫ଜଣ ଜାପାନୀଜ ଏନସେଫାଲାଇଟିସ(ମସ୍ତିଷ୍କ ସଂକ୍ରାମକ ରୋଗ) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି। ସେପଟେ ଏ ରୋଗ ସେଠାରେ ବ୍ୟାପିବାର କାରଣ ସମ୍ପର୍କରେ ଜାଣିବା ଏବଂ ତାର ମୁକାବିଲା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ସୋର ପୁରବାଇ କନ୍ୟାଶ୍ରମରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଓ ୨୯ଜଣ ଅସୁସ୍ଥ ହେବା ଘଟଣାରେ ଗତକାଲି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ଆଶ୍ରମ ଓ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି । ସୂଚନା ଅନୁସାରେ ଗତ ଗୁରୁବାର ରାତିରେ ୩ ଜଣ ଅନ୍ତେବାସୀନୀ ବାନ୍ତି କରିଥିଲେ । ଆଶ୍ରମ ତରଫରୁ ସେମାନଙ୍କୁ ସୋର ଡାକ୍ତର ଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ବର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନୀଳଗିରି ଅଂଚଳର ଜଣେ ଛାତ୍ରୀ ମୃତ୍ୟୁବରଣ କରିଥିଲେ। ଉକ୍ତ ଘଟଣା ପରେ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟି ଓ ସ୍ଥାନୀୟ ପ୍ରଶାସନ ଆଶ୍ରମରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଏକ ଡ଼ାକ୍ତରି ଟିମ ପହଞ୍ଚି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ। ପରେ ୨୬ ଜଣ ଅନ୍ତେବାସୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମଧ୍ୟ ସନ୍ଧ୍ୟାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..