ରିପୋର୍ଟ କାର୍ଡ / ସମ୍ବଲପୁର
ବିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ରବିବାର ସରିଛି ଉଭୟ IASଙ୍କ ନିର୍ବନ୍ଧ। ଅନନ୍ୟାଙ୍କ ସମ୍ବଲପୁର ବାସଭବନରେ ଗତକାଲି ପାରମ୍ପରିକ ରୀତିନୀତିରେ ହୋଇଛି ନିର୍ବନ୍ଧ। ଉଭୟଙ୍କ ପରିବାର ଏଥିରେ ସାମିଲ ହୋଇଥିଲେ | ଆସନ୍ତା ୩ ମାସ ମଧ୍ୟରେ ବିବାହ କରିବା ନେଇ ସୂଚନା ରହିଛି | ଏହା ହେଉଛି ଉଭୟଙ୍କ ଦ୍ୱିତୀୟ ବିବାହ । ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କ ସହ ବିବାହ କରିଥିଲେ। ସେହିପରି ଚଞ୍ଚଳ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ସହ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପରେ ବିବାହ କରୁଛନ୍ତି ଅନନ୍ୟା ଓ ଚଞ୍ଚଳା।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….