ରିପୋର୍ଟ କାର୍ଡ / ବାଲେଶ୍ୱର
ଘରେ ପଶି ଜଣେ ଯୁବକ ୪ଜଣଙ୍କୁ ଏସିଡ୍ ମାଡ କରିଛନ୍ତି । ଏଥିରେ ଦୁଇ ଶିଶୁ ସମେତ ୪ ଜଣ ଗୁରୁତର ରହିଛନ୍ତି । ଦୁଇ ଭଉଣୀ ଏବଂ ସେମାନଙ୍କ ଦୁଇ ଶିଶୁଙ୍କ ଉପରେ ଏସିଡ୍ ମାଡ କରାଯାଇଥିବା କଥା ଜଣାପଡିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ସଦରଥାନା ଅନ୍ତର୍ଗତ ଭୀମାପୁରା ଅଞ୍ଚଳରେ ଏପରି ଏକ ଜଘନ୍ୟ କାଣ୍ଡ ଘଟିଛି । ଘରେ କେହି ନଥିବା ଅବସ୍ଥାରେ ଅଭିଯୁକ୍ତ ଜଣକ ଘରେ ପଶି ଦୁଇ ଭଉଣୀଙ୍କ ସମେତ ଦୁଇ ଶିଶୁଙ୍କ ଉପରେ ଏସିଡ୍ ମାଡ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଥିବା ସମସ୍ତ ୪ଜଣଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ ଯୁବକ ଏସିଡ୍ ପକାଇଥିବା କଥା ସୁଚନା ମିଳିଛି । ପୋଲିସ ଏହି ମାମଲର ତଦନ୍ତ ଜାରି ରଖିଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..