ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରାଜିଲ ସାଓ ପାଉଲୋରେ ବନ୍ୟା ଓ ଭୂସ୍ଖଳନ ପାଇଁ ଜଟିଳ ସ୍ଥିତିରହିଛି। ବର୍ତ୍ତମାନ ପର୍ୟ୍ୟନ୍ତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।ବ୍ରାଜିଲରେ ହେଉଥିବା ଲଗାଣ ବର୍ଷା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି। ଫଳରେ ବହୁ ସଡକ ପଥ ଧୋଇ ହୋଇ ଯାତାୟାତରେ ସମସ୍ୟା ଦେଖାଦେଇଛି। ଫଳରେ ଅଧିକାଂଶ ସ୍ଥାନରେ ଆକାଶ ମାର୍ଗରୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ଏହାସହ ଉଦ୍ଧାରକାର୍ଯ୍ୟ ଜୋର ସୋର କରାଯାଉଥିବା ସହ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ସୂଚନା ମିଳିଛି |






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……