Report Card Odisha

| Daily Odia News

ଗୋପାଳର ସୁରକ୍ଷା ପାଇଁ ହାଇକୋର୍ଟରେ ମାମଲା ଦାୟର…..

ରିପୋର୍ଟ କାର୍ଡ / କଟକ

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଓ ତା’ ପରିବାରକୁ ସୁରକ୍ଷା ଦେବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଆଇନଜୀବୀ ସୁମନ୍ତ କୁମାର ସ୍ୱାଇଁଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା ପାଇଁ କୋର୍ଟରେ ପ୍ରାର୍ଥନା କରାଯାଇଛି। ଏହାବ୍ୟତୀତ ଗୋପାଳ ଦାସର ପୂରା ପରିବାରକୁ ସୁରକ୍ଷା ପ୍ରଦାନ ଲାଗି କୋର୍ଟରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ। ପୂର୍ବରୁ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଯେଉଁ ଭଳି ଭାବରେ ଜେଲରେ ଜୀବନ ହାରିଥିଲା, ସେହି ଘଟଣାର ପୁନରାବୃତ୍ତି ନହେଉ ବୋଲି ଆବେଦନରେ ଦର୍ଶା ଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି, ଜେଲ ଡିଜି, ଚୌଦ୍ୱାର ଜେଲ୍ ଅଧିକ୍ଷକ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।

 

Breaking News