ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀ ଓ ସିରିୟାରେପୁଣି ଭୂମିକମ୍ପ ଝଟକା ଅନୁଭବ ହୋଇଛି | ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ଏକାଧିକ ଘର ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଥିବା ବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୨୦୦ ଜଣ ଆହତ ହୋଇଛନ୍ତି। ଏକାଧିକ ଘର ଭାଙ୍ଗି ଯାଇଥିବାରୁ ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶାଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ସ୍ଥଳ ହେଉଛି ତୁର୍କୀର ହାତାୟ ପ୍ରଦେଶ ଅନ୍ତର୍ଗତ ଡେଫନେ। ଏହି ପ୍ରଦେଶଟି ଫେବୃଆରୀ ୬ରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ପୁଣିଥରେ ସହରବାସୀ ୬.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ତୁର୍କୀରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ବେଳେ ଏହାର ପ୍ରଭାବ ସିରିୟା, ଜୋର୍ଡାନ, ସାଇପ୍ରସ, ଇସ୍ରାଏଲ ଓ ସୁଦୂର ଇଜିପ୍ଟରେ ଅନୁଭୂତ ହୋଇଛି। ପ୍ରଥମ ଝଟକାର କିଛି ସମୟ ପରେ ଏଠାକାର ଲୋକମାନେ ଆଉ ଥରେ ଝଟକା ଅନୁଭବ କରିଥିଲେ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି। ପ୍ରଶାସନ ପକ୍ଷରୁ ଘଟଣାର ଯାଞ୍ଚ କରାଯାଉଥିବା ବେଳେ ବିସ୍ତୃତ ତଥ୍ୟ ମିଳିନାହିଁ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..