ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିଧାନସଭାରେ ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଛନ୍ତି। ଗୃହରେ ରାଜ୍ୟପାଳ ଦିବଙ୍ଗତ ନେତାମାନଙ୍କର ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇଥିବା ବେଳେ ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ | ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ବର୍ଜନ କରିଛି। ଦୂର ସଦସ୍ୟମାନେ କକ୍ଷତ୍ୟାଗ କରି ବିଧାନସଭା କକ୍ଷପଥରେ ହାତରେ ପ୍ଲାକାର୍ଡ ଧରି ଧାରଣା ଦେଇଛନ୍ତି। ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ପୂର୍ବରୁ ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କଲ ରେକର୍ଡ ଯାଞ୍ଚ କରୁ ପୋଲିସ । ଆମେି ସିବିଆଇ ତଦନ୍ତ ଦାବି କରିଥିଲୁ, ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କୁହାଉଥିବାରୁ ଆମେ କକ୍ଷତ୍ୟାଗ କରିଛୁ। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ଛିଡ଼ା ହୋଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ପ୍ରତିବାଦ କରିବା ସହ ହଟ୍ଟଗୋଳ କରୁଥିବାର ଦେଖିବାକୁ ମିଳିଥିଲା। ନବ ଦାସ ହତ୍ୟାକାଣ୍ଡର ପର୍ଦାଫାସ କରା ନ ଯିବା ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ଦର୍ଶାଇ ପ୍ରଥମେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ନିଜ ସ୍ଥାନରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ। ଠିକ୍ ସେହିପରି କଂଗ୍ରେସ ସଦସ୍ୟମାନେ ବି କକ୍ଷତ୍ୟାଗ କରିଛନ୍ତି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..