Report Card Odisha

| Daily Odia News

ହିମାଳୟର ବରଫ କଳା ପଡ଼ୁଛି ଓ ଶୀଘ୍ର ତରଳୁଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହିମାଳୟର ବରଫ ଏବେ କଳା ପଡିବ ସହିତ ଶୀଘ୍ର ତରଳି ଯାଉଛି | ପୁନେ-ସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟେରୋଲୋଜି ର ଗବେଷଣା କରିଛି | ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଗାଙ୍ଗେୟ ସମତଳ ଅଞ୍ଚଳ, ପାକିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଜୈବ ଇନ୍ଧନ ଦହନ, ଜଙ୍ଗଲ ପୋଡ଼ି ଏବଂ କୃଷି ବର୍ଜ୍ୟ ବା ନଡ଼ା ପୋଡ଼ି ଯୋଗୁ ଯେଉଁ ଧୂଆଁ ଆକାଶକୁ ଉଠୁଛି, ତା’ର ଝୁଲ (ବ୍ଲାକ୍ କାର୍ବନ ବା ବିସି) ହିମାଳୟର ବରଫ ଉପରେ ପଡ଼ିବା ଯୋଗୁ ବରଫ କଳା ପଡ଼ୁଛି ବୋଲି ଆଇଆଇଟିଏମ୍‌ର ବୈଜ୍ଞାନିକମାନେ କହିଛନ୍ତି। ଏହି କାରଣରୁ ବାୟୁମଣ୍ଡଳର ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧି ପାଇବା ସହ ହିମାଳୟର ବରଫ ଶୀଘ୍ର ତରଳୁଛି ବୋଲି ସେମାନେ ମତ ଦେଇଛନ୍ତି। ଆଇଆଇଟିଏମ୍‌ ଦ୍ବାରା ଜୁନ୍‌ରୁ ଅକ୍ଟୋବର ୨୦୧୯ ଭିତରେ କେନ୍ଦ୍ରୀୟ ହିମାଳୟର ସତୋପନ୍ଥ ଓ ଭଗୀରଥ-ଖଡ଼କ ହିମଶୈଳ ଉପରେ ବିସି (ବ୍ଲାକ୍ କାର୍ବନ)ର ପରିମାପ କରାଯାଇଥିଲା। ୨୦୨୧ ଅନ୍ତିମ ଭାଗରେ ସେମାନଙ୍କର ଏହି ଗବେଷଣା ତଥ୍ୟ ଏନ୍‌ଭାର୍ଣ୍ଣମେଣ୍ଟାଲ ରସର୍ଚ୍ଚ ନାମକ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ ପାଇଛି।

Breaking News