Report Card Odisha

| Daily Odia News

ଛତିଶଗଡ଼ ରାଜ୍ୟପାଳ ଶ୍ରୀ ହରଚନ୍ଦନ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ରାୟପୁରସ୍ଥିତ ରାଜଭବନର ଦରବାର ହଲରେ ଗୁରୁର ଆୟୋଜିତ ଶପଥ ଗ୍ରହଣ ଉତ୍ସବହୋଇଥିଲା | ଏହି ଉତ୍ସବର ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରୂପ କୁମାର ଗୋସ୍ୱାମୀ ଶ୍ରୀ ହରଚନ୍ଦନଙ୍କୁ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ | ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଭୃଗୁ ବକ୍ସିପାତ୍ର, କିଶୋର ଦ୍ବିବେଦୀ, ପୂର୍ଣ୍ଣଶ୍ରୀ ରାଉତ, ସାମ୍ବାଦିକ ସୁବାସ ମିଶ୍ର, ଦୀପକ ରଥ, ରାୟପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ର, ଚନ୍ଦ୍ରଶେଖର ସାହୁ, ନମନ ପାଣ୍ଡେ, ଶଙ୍କର ହରି, ପ୍ରତୀଶ ଗୋଏଲ, ଶଶି ସିଂହ ଓ ପଦ୍ମାକର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଶ୍ରୀ ହରଚନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ।

Breaking News