Report Card Odisha

| Daily Odia News

ରିପୋର୍ଟିଙ୍ଗ୍‌ରେ ଗଣମାଧ୍ୟମକୁ ବାଧା ଦେବା ଆବେଦନ ଖାରଜ କଲେ ସୁପ୍ରିମ୍‌‌ କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଦାନି-ହିଣ୍ଡେନ୍‌ବର୍ଗ ମାମଲା ଉପରେ ରିପୋର୍ଟିଙ୍ଗ୍‌ କରିବାରେ ଗଣମାଧ୍ୟମକୁ ବାଧା ଦେବା ଲାଗି ଆଗତ ଆବେଦନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ଆଜି ଏହି ଆବଦେନକୁ ଖାରଜ କରି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ଆମେ ଗଣମାଧ୍ୟମକୁ କୌଣସି ଆଦେଶ ଦେଇ ପାରିବୁ ନାହିଁ। ଆଡ୍‌‌ଭୋକେଟ୍‌ ଏମ୍‌. ଏଲ୍‌. ଶର୍ମା ଏହି ପ୍ରସଙ୍ଗ ଉତ୍ଥାପନ କରି କହିଲେ ଏହି ଘଟଣାରେ ପ୍ରତିଦିନ ନୂଆ ଘଟଣା ସବୁ ପ୍ରକାଶ ପାଉଛି। ତାଙ୍କ କଥାର ଉତ୍ତର ଦେଇ ଭାରତର ପ୍ରଧାନ ବିଚାରପତି ଡି. ୱାଇଐ ଚନ୍ଦ୍ରଚୂଡ଼ କହିଲେ, ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ରାୟ ଦେବା ସହିତ ଯାହା କରିବା କଥା କରିବେ। ଏହି ମାମଲାରେ ସମ୍ପୂର୍ଣ୍ଣ ସ୍ପଷ୍ଟତା ବଜାୟ ରଖିବାକୁ ଅଦାଲତ ଚାହୁଁଛନ୍ତି ବୋଲି ଦର୍ଶାଇ ଗତଥର ଶୁଣାଣିରେ କେନ୍ଦ୍ର ସରକାର ମୁଦ ଲଫାପାରେ ଦାଖଲ କରିଥିବା କାଗଜପତ୍ର ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏହି ମାମଲା ସଂକ୍ରାନ୍ତ ବିଶେଷଜ୍ଞ କମିଟି ଠାରୁ ପ୍ରସ୍ତାବ ଗ୍ରହଣ କରିବା ଲାଗି ମଧ୍ୟ ଅଦାଲତ ନାହିଁ କରିଥିଲେ।

Breaking News