ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ କାର୍ଯ୍ୟକାଣିଣୀ ପାଇଁ ନିର୍ବାଚନ ହେବନି। ସିଡବ୍ଲ୍ୟୁସି ସଦସ୍ୟ ମାନଙ୍କୁ ନୂଆ କଂଗ୍ରେସ ସଭାପତି ମନୋନିତ କରିବେ। ଏଥିପାଇଁ କଂଗ୍ରେସର ନୂତନ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କ୍ଷମତା ପ୍ରଦାନ କରାଯାଇଛି। କଂଗ୍ରେସର ପରିଚାଳନା କମିଟି ସର୍ବସମ୍ମତିକ୍ରମେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିକୁ ସଦସ୍ୟ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ଷ୍ଟିୟରିଂ କମିଟି ସିଡବ୍ଲ୍ୟୁସି ନିର୍ବାଚନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ , କମିଟି ପ୍ରାୟ ଅଢ଼େଇ ଘଣ୍ଟା ଧରି ସିଡବ୍ଲ୍ୟୁସି ଉପରେ ଆଲୋଚନା କରିଥିଲା । ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ସିଡବ୍ଲ୍ୟୁସି ସଦସ୍ୟ ମନୋନୀତ କରିବାର ଅଧିକାର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ବୈଠକରେ କମିଟିର ୪୫ରୁ ଅଧିକ ସଦସ୍ୟ କଂଗ୍ରେସ ସମ୍ବିଧାନରେ ବିଭିନ୍ନ ପ୍ରସ୍ତାବିତ ସଂଶୋଧନ ସମେତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ସଂରକ୍ଷଣ ଏବଂ ମହିଳା ସଶକ୍ତୀକରଣ ତଥା ୧୬ଟି ଧାରା ଏବଂ ୩୨ଟି ନିୟମରେ ସଂଶୋଧନ ପ୍ରସ୍ତାବ ବୈଠକରେ ଉପସ୍ଥାପିତ ହୋଇଥିଲା। ଏହି ବ୍ୟବସ୍ଥାଗୁଡ଼ିକ ଉପରେ ସଂପୃକ୍ତ କମିଟିଗୁଡ଼ିକ ଆଲୋଚନା କରି ଅନୁମୋଦନ କରିବା ପରେ ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହା ଉପରେ ଆଲୋଚନା କରାଯିବ। ସୂଚନା ଅନୁଯାୟୀ, ରାୟପୁରରେ ଫେବ୍ରୁଆରି ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଂଗ୍ରେସର ୮୫ତମ ପୂର୍ଣ୍ଣାଙ୍ଗ ଅଧିବେଶନ ଚାଲିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..