Report Card Odisha

| Daily Odia News

ଡାକ୍ତରଖାନା ପରିସରରେ ପାନଗୁଟଖା, ମଦ, ତମାଖୁ ନିଷେଧ….

ରିପୋର୍ଟ କାର୍ଡ / କଟକ

କଟକ ବଡ଼ ଡାକ୍ତରଖାନା ପରିସରରେ ପାନଗୁଟଖା, ମଦ, ତମାଖୁ ସହ ସବୁ ନିଶାଦ୍ରବ୍ୟକୁ ବାରଣ କରାଯାଇଛି। କେହି ବ୍ୟକ୍ତି ଏସବୁ ଦ୍ରବ୍ୟ ଖାଇପାରିବେ ନାହିଁ। ଯଦି କୌଣସି କର୍ମଚାରୀ କାର୍ଯ୍ୟ ସମୟରେ ଏଭଳି ନିଶାଦ୍ରବ୍ୟ ଖାଉଥିବା ବା ରଖିଥିବା ଧରାପଡ଼ନ୍ତି, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଏନେଇ ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏସସିବି ପରିସରରେ କାର୍ଯ୍ୟ ପାଇଁ ଉତ୍ତମ ଓ ସ୍ଵଚ୍ଛ ପରିବେଶ ସୃଷ୍ଟି ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହାସହ ଅଧୀକ୍ଷକ, ନସିଂ ସୁପରିଣ୍ଟେଣ୍ଡେଣ୍ଟ, ହସ୍ପିଟାଲ ମ୍ୟାନେଜର, ଡେପୁଟି ନସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ସେ ଏହାର ତଦାରଖ ଦାୟିତ୍ବ ଦେଇଛନ୍ତି | ଏସସିବି ପ୍ରଶାସନିକ ଅଧିକାରୀ ଡକ୍ଟର ଅବିନାଶ ରାଉତ ସୂଚନା ଦେଇ କହିଛନ୍ତି, ଯଦି କୌଣସି କର୍ମଚାରୀ କାର୍ଯ୍ୟ ସମୟରେ ନିଶାଦ୍ରବ୍ୟ ସେବନ କରୁଥାନ୍ତି ବା ଅଫିସରେ ନିଶାଦ୍ରବ୍ୟ ସେବନ କରି କାର୍ଯ୍ୟ କରୁଥାନ୍ତି, ତାହେଲେ ତୁରନ୍ତ ସେମାନଙ୍କ ନାମ ଅଧୀକ୍ଷକଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।

Breaking News