Report Card Odisha

| Daily Odia News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ମୃତ…..

ରିପୋର୍ଟ କାର୍ଡ / ଯାଜପୁର

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଏକ ଆଇଚର ପିଟିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି।ସୂଚନା ଅନୁସାରେ- ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଦୁର୍ଘଟଣାଗ୍ରସ୍ତ ଏକ ଲୁହା ଗୁଣ୍ଡ ବୋଝେଇ ଗାଡ଼ି ୪ ଦିନ ହେଲା ଛିଡ଼ା ହୋଇଛି। ଆଜି ଭୋରରୁ କଲିକତା ପଟୁ ଦ୍ରୁତ ଗତିରେ ଏକ କୁକୁଡ଼ା ବୋଝେଇ ଆଇଚର ଗାଡ଼ି ଆସୁଥିଲା। ସେଣ୍ଟ୍ରାଲ ବ୍ୟାଙ୍କ ନିକଟରେ ତାହା ଭାରସାମ୍ୟ ହରାଇ ତାହା ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛ ପଟେ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆଇଚରରେ ଥିବା ୭ ଜଣଙ୍କ ମଧ୍ୟରୁ ଡ୍ରାଇଭରଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ଚାପି ହୋଇ ମୃତ୍ୟୁ ହୋଇଥିଲା। ଆଉ ଜଣେ ଟ୍ରକ୍‌ ଉପରେ ରହି ଯାଇଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ। ଧର୍ମଶାଳା ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଗ୍ୟାସ୍‌ କଟରରେ ଟ୍ରକ୍‌ଟିକୁ କାଟି ମୃତଦେହଗୁଡ଼ିକୁ ବାହାର କରିଥିଲେ। ଏଥିସହ ଟ୍ରକ୍‌ ଉପରେ ଗୁରୁତର ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି। ଆଇଚର ଗାଡ଼ିଟି ପଶ୍ଚିମବଙ୍ଗର ହୋଇଥିବା ବେଳେ ମୃତକ ମଧ୍ୟ ପଶ୍ଚିମବଙ୍ଗର ହୋଇଥିବା ଅନୁମାନ କରାଯାଉଛି।

 

Breaking News