ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ଔରଙ୍ଗାବାଦ ଓ ଓସମାନାବାଦ ସହର ମନ ପରିବର୍ତ୍ତନ ହେବ | ଛତ୍ରପତି ସମ୍ଭାଜୀ ନଗର ଏବଂ ଧରାଶିବ ନାମ ହେବ | ୨ ସହରର ନାମ ପରିବର୍ତ୍ତନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସ୍ବୀକୃତି ଦେଇଛନ୍ତି। ନାମ ପରିବର୍ତ୍ତନ ପ୍ରସଙ୍ଗରେ ସରକାରଙ୍କର କିଛି ଆପତ୍ତି ନାହିଁ ବୋଲି ମନ୍ତ୍ରାଳୟ କହିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଦେବେନ୍ଦ୍ର ଫଡ଼ନାବିସ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏମ୍ଭିଏ (ମହା ବିକାଶ ଅଘାଡ଼ି) ମେଣ୍ଟରେ କଂଗ୍ରେସ ଏବଂ ଏନ୍ସିପି ଏହି ନିଷ୍ପତ୍ତିରେ ଆଦୌ ଖୁସି ନଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ରାଜ୍ୟ କ୍ୟାବିନେଟ୍ରେ ଗୃହୀତ ହୋଇଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ସ୍ବୀକୃତି ମିଳିନଥିଲା।






More Stories
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..
ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ…..