Report Card Odisha

| Daily Odia News

ରୁଷ-ୟୁକ୍ରେନ ଯୁଦ୍ଧରୁ ସେନା ପ୍ରତ୍ୟାହାର ପାଇଁ ପ୍ରସ୍ତାବ ପାରିତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡ଼ୋଶୀ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ରୁଷର ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ। ୟୁକ୍ରେନ ଅପେକ୍ଷାକୃତ ଦୁର୍ବଳ ଓ ଛୋଟ ଦେଶ ହୋଇଥିଲେ ମଧ୍ୟ ରୁଷ ହମଲାରେ ଡରି ଯାଇ ନଥିଲା । ଫଳରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ। ବର୍ତ୍ତମାନ ପର୍ଯ୍ୟନ ଯୁଦ୍ଧ ଜାରିରହିଛି | ଆମେରିକା ଓ ବ୍ରିଟେନ ଭଳି ଦେଶ ୟୁକ୍ରେନକୁ ସବୁ ସହଯୋଗ କରୁଛନ୍ତି। ତଥାପି ୟୁକ୍ରେନ ସେନାର ସାହାସକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ମିଳିତ ଜାତିସଂଘ ପୁଣିଥରେ ରୁଷ ବିରୋଧରେ ଗୋଟିଏ ସଂକଳ୍ପ ପାରିତ କରିଛି। ଏହି ସଂକଳ୍ପରେ ରୁଷକୁ ତୁରନ୍ତ ୟୁକ୍ରେନରୁ ସେନା ପ୍ରତ୍ୟାହାର କରି ନେବାକୁ ଆହ୍ୱାନ ଦିଆଯାଇଛି। ମିଳିତ ଜାତିସଂଘର ସାଧାରଣ ପରିଷଦ ୟୁକ୍ରେନରେ ବ୍ୟାପକ, ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ସଂକଳ୍ପ ପାରିତ କରିଛି। ରୁଷ ଓ ୟୁକ୍ରେନ ଯୁଦ୍ଧ ଉପରେ ହୋଇଥିବା ଆଲୋଚନା ବେଳେ ଜାତିସଂଘର ପ୍ରାୟ ସବୁ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୧୪୧ ଜଣ ରୁଷ ବିରୋଧୀ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ୭ ଜଣ ପ୍ରସ୍ତାବକୁ ବିରୋଧ କରିଥିବା ବେଳେ ଚାଇନା ଓ ଭାରତ ସମେତ ୩୨ଟି ରାଷ୍ଟ୍ର ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ। ତଥାପି ଅଧିକାଂଶ ସଦସ୍ୟ ସଂକଳ୍ପକୁ ସମର୍ଥନ କରିଥିବାରୁ ଏହା ସାଧାରଣ ସଭାରେ ପାରିତ ହୋଇଛି। ଏହାପୂର୍ବରୁ ମଧ୍ୟ ମିଳିତ ଜାତିସଂଘରେ ରୁଷ ବିରୋଧରେ ଆସିଥିବା ଅଧିକାଂଶ ସଂକଳ୍ପରୁ ଭାରତ ନିଜକୁ ଦୂରେଇ ରଖିବାର ନଜିର ରହିଛି। ଭାରତ ମତରେ ଏପରି ସଂକଳ୍ପର ମୂଲ୍ୟ କିଛି ନାହିଁ। ଶାନ୍ତି ପ୍ରତିଷ୍ଠା ପାଇଁ ଏକମାତ୍ର ମାଧ୍ୟମ ହେଲା କୂଟନୀତିକ ଆଲୋଚନା। ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଯେ “ମିଳିତ ଜାତିସଂଘ ଚାର୍ଟାରକୁ ଭାରତ ସବୁବେଳେ ଅନୁସରଣ କରି ଆସିଛି। ଆମେ ସବୁବେଳେ ଶାନ୍ତି ପ୍ରତିଷ୍ଠାର ଏକମାତ୍ର ଉପାୟ ହେଲା ଆଲୋଚନା ଓ କୂଟନୀତିକ ସମ୍ପର୍କ ବୋଲି କହି ଆସିଛୁ। ଏପରି ସଂକଳ୍ପ ଆମ ସମସ୍ତଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସହାୟତା କରିବ ବୋଲି ଆମେ ଭାବୁନୁ। ତେଣୁ ଆମେ ଏଥିରୁ ନିଜକୁ ଦୂରେଇ ରଖୁଛୁ।

Breaking News