Report Card Odisha

| Daily Odia News

ପ୍ରିୟଙ୍କାଙ୍କ ପାଇଁ ରାସ୍ତାରେ ବିଛାଗଲା ଗୋଲାପ ପାଖୁଡ଼ା…..

ରିପୋର୍ଟ କାର୍ଡ / ରାୟପୁର

ଛତିଶଗଡ଼ର ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ଜାତୀୟ ଅଧିବେଶନରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରାୟପୁରରେ ପହଞ୍ଚିଥିଲେ । ତେବେ ତାଙ୍କୁ ସ୍ବାଗତ କରିବାକୁ ଯେପରି ଆୟୋଜନ କରାଯାଇଥିଲା ତାହାକୁ ନେଇ ଚର୍ଚ୍ଚା ହେଉଛି । ପ୍ରିୟଙ୍କା ଗାନ୍ଧିଙ୍କୁ ସ୍ୱାଗତ କରିବା ପାଇଁ ରାୟପୁର ବିମାନବନ୍ଦର ସମ୍ମୁଖ ରାସ୍ତାରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଗୋଲାପ ପାଖୁଡିର ଏକ ମୋଟା ସ୍ତର ବିଛାଯାଇଥିଲା । ଏଥିପାଇଁ ପାଇଁ ପ୍ରାୟ ୬ ହଜାର କିଲୋଗ୍ରାମରୁ ଅଧିକ ଗୋଲାପ ଫୁଲ ବ୍ୟବହାର କରାଯାଇଥିଲା । ଏଥିସହ ରଙ୍ଗୀନ ପାରମ୍ପରିକ ପୋଷାକ ପିନ୍ଧି ଥିବା ଲୋକକଳାକାରମାନେ ମଧ୍ୟ ରାସ୍ତାରେ ଏକ ଲମ୍ବା ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ । ପ୍ରିୟଙ୍କା ଗାନ୍ଧି ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ପହଞ୍ଚିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟି ସଭାପତି ମୋହନ ମାର୍କମ୍ ଏବଂ ଅନ୍ୟ ଦଳୀୟ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ। ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଏବଂ ସେମାନଙ୍କ ସମର୍ଥକ ବିମାନ ବନ୍ଦରରେ ଏକାଠି ହୋଇଥିଲେ। ସେ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ କର୍ମୀମାନେ ଦଳୀୟ ପତାକା ଦେଖାଇ ସ୍ଲୋଗାନ ଦେଇଥିଲେ। ଏହାପରେ ପ୍ରିୟଙ୍କା ଗାନ୍ଧି ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ କାର୍ ରେ ବିମାନବନ୍ଦରରୁ ବାହାରିଥିଲେ । ସେହିପରି ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଗାଡ଼ିର ଲମ୍ବା ଗାଡ଼ିରେ ଉପସ୍ଥିତ ଥିଲେ ।

Breaking News