ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେ କଂଗ୍ରେସକୁ ଅପେକ୍ଷା କରିଛୁ, ଶୀଘ୍ର ନିଷ୍ପତ୍ତି ନିଅନ୍ତୁ । କଂଗ୍ରେସ ବଡ଼ ଭାଇର ଭୂମିକା ଗ୍ରହଣ କରିପାରିବ। ବିହାର ପୁର୍ନିଆରେ ଆୟୋଜିତ ମହାମେଣ୍ଟ ରାଲିରେ ନୀତୀଶ କୁମାର ଏଭଳି କହିଛନ୍ତି | ସେ ଏହାମଧ୍ୟ କହିଛନ୍ତି କଂଗ୍ରେସ ସମେତ ଆମ ସମସ୍ତେ ଏକାଠି ହେବା, ତେବେ ଭାଜପା ୧୦୦ରୁ କମ ଆସନ ପାଇବ। ଏଥିପାଇଁ କଂଗ୍ରେସ ଦଳକୁ କ୍ଷମତା ଦେଖାଇବାକୁ ପଡିବ। ଦୀର୍ଘ ଦିନ ଧରି ବିରୋଧୀଙ୍କୁ ଏକ ପ୍ଲାଟଫର୍ମରେ ଆଣିବାକୁ ଚେଷ୍ଟା କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ରାଲିରେ କଂଗ୍ରେସ ଦଳକୁ ଅନୁରୋଧ କରି କହିଛନ୍ତି ଯେ ଆମେ କଂଗ୍ରେସକୁ ଅପେକ୍ଷା କରିଛୁ, ଶୀଘ୍ର ନିଷ୍ପତ୍ତି ନିଅନ୍ତୁ । କଂଗ୍ରେସ ବଡ଼ ଭାଇର ଭୂମିକା ଗ୍ରହଣ କରିପାରିବ। ଏହା ଦ୍ୱାରା ନୀତୀଶଙ୍କ ସଙ୍କେତ ସ୍ପଷ୍ଟ ଯେ କଂଗ୍ରେସ ଦଳ ବିରୋଧୀ ଦଳର ବଡ଼ ଭାଇ ଭୂମିକାରେ ରହିପାରିବ। ସେହିପରି କଂଗ୍ରେସର ସଂକଳ୍ପ ମଧ୍ୟ ସମାନ କଥା କହୁଛି। ସମାନ ଧର୍ମନିରପେକ୍ଷ ଶକ୍ତିଗୁଡ଼ିକୁ ଚିହ୍ନିବା, ଏକତ୍ର କରିବା ଏବଂ ସମନ୍ବୟ କରିବା ପାଇଁ କଂଗ୍ରେସ ନିଜର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛି। କଂଗ୍ରେସର ଏହି ବିବୃତ୍ତି ସୂଚାଇ ଦେଇଛି ଯେ ଆଗାମୀ ରାଜନୈତିକ ମଇଦାନରେ କୌଣସି ଦଳ ଏହା ପାଇଁ ବଡ଼ କିମ୍ବା ଛୋଟ ହେବେ ନାହିଁ। ଏହା ସହିତ ଆଞ୍ଚଳିକ ପାର୍ଟିଙ୍କୁ ମଧ୍ୟ କଂଗ୍ରେସ ନିଜ ସହିତ ସାମିଲ କରିବ।କଂଗ୍ରେସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ତୃତୀୟ ଶକ୍ତିର ଉତ୍ପତ୍ତି ଭାଜପା ତଥା ଏନଡିଏ ପାଇଁ ଲାଭଦାୟକ ହେବ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..