Report Card Odisha

| Daily Odia News

ଆଜି ମୁମ୍ବଇ ଯାଉଛନ୍ତି ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ମୁମ୍ବଇ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ | ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନାନୁସାରେ, ସୋମବାର ପୂର୍ବାହ୍ନ ୧୦ଟା ୪୫ ମିନିଟରେ ମୁମ୍ବଇ ଅଭିମୁଖେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରିବେ। ଦିନ ୧୧ଟାରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଏୟାରକ୍ରାଫ୍ଟରେ ମୁମ୍ବଇ ଯାତ୍ରା କରିବେ। ଦିନ ୧ଟାରେ ସେ ମୁମ୍ବଇର ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚି ସେଠାରୁ ହୋଟେଲ ତାଜମହଲ ପ୍ୟାଲେସ ଯିବେ ଏବଂ ସେଠାରେ ରହିବେ। ଅପରାହ୍ଣ ୩ଟା ୩୦ ମିନିଟରେ ହୋଟେଲ ତାଜମହଲ ପ୍ୟାଲେସରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରିବେ। ସେହିପରି ସନ୍ଧ୍ୟା ୭ଟାରେ ଉକ୍ତ ହୋଟେଲର ବାଙ୍କୁଏଟ୍ ହଲରେ ସ୍ପୋର୍ଟସଷ୍ଟାର ଏସେସ୍ ପୁରସ୍କାର ସମାରୋହରେ ସେ ଯୋଗଦେବେ। ମଙ୍ଗଳବାର ପୂର୍ବାହ୍ନରେ ହୋଟେଲ ତାଜମହଲ ପ୍ୟାଲେସ ଛାଡ଼ିବେ। ଅପରାହ୍ଣ ୨ଟା ୧୦ ମିନିଟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ଓଡ଼ିଶା ନିବେଶକ ସମ୍ମିଳନୀ‌େ‌ର ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ଗସ୍ତ କରିଥିଲେ।

 

Breaking News