ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେଆଜି ଭୋଟ ଗ୍ରହଣ ହେଉଛି | କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଉଭୟ ରାଜ୍ୟର ବିଧାନସଭା ଆସନ ୬୦ ଲେଖାଏଁ ହୋଇଥିବାବେଳେ ୫୯ଟି ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ଦୁଇ ରାଜ୍ୟରେ ମୋଟ ୩୪ ଲକ୍ଷ ଭୋଟର ୫୫୨ ଭୋଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମେଘାଳୟର ୫୯ଟି ଆସନ ପାଇଁ ୩୬୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ନାଗାଲାଣ୍ଡର ଗୋଟିଏ ଆସନରେ ଜଣେ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଯାଇଥିବାରୁ ଓ ମେଘାଳୟରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟ ଯୋଗୁଁ ଭୋଟ ଗ୍ରହଣ ହେବ ନାହିଁ। ନାଗାଲାଣ୍ଡର ଅକୁଲୁଟୋ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ କାଝେଟୋ କିନିମି ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ। ସେହିପରି ମେଘାଳୟର ଶୋହିଅଙ୍ଗ ଆସନରେ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି (ୟୁଡିପି) ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..