Report Card Odisha

| Daily Odia News

ମନୀଷ ସିସୋଦିଆ ଗିରଫ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ଦୀର୍ଘ ସମୟର ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଛି । ରବିବାର ସିସୋଦିଆଙ୍କୁ ୭ରୁ ୮ ଘଣ୍ଟା ଧରି ସିବିଆଇ ଜେରା କରିଥିଲା । ୨୬ ତାରିଖରେ ତାଙ୍କୁ ହାଜର ହେବାକୁ ସିବିଆଇ ସମନ କରିଥିଲା ବେଳେ ହଜାର ହଜାର କର୍ମକର୍ତ୍ତାଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲା ଆମ୍ ଆଦମୀ ପାର୍ଟି। ଗତ ବର୍ଷ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସେକ୍ସେନା। ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ। କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ। ରବିବାର ସିବିଆଇ ଅଫିସ୍ ରେ ହାଜର ପରେ ସିସୋଦିଆଙ୍କୁ ଜେରା କରିଥିଲା ସିବିଆଇ। ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସିସୋଦିଆ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ରାଜଘାଟକୁ ଯାଇଥିଲେ। ତେବେ ସିସୋଦିଆ କହିଛନ୍ତି ଯେ ମୁଁ ଭଗତ ସିଂହଙ୍କର ଅନୁଗାମୀ। ଦେଶ ପାଇଁ ଭଗତ ସିଂହଙ୍କ ଫାଶୀ ଦିଆଯାଇଥିଲା। ଏଭଳି ମିଥ୍ୟା ଅଭିଯୋଗ କାରଣରୁ ଜେଲ୍‌ ଯିବା ତୁଚ୍ଛ କଥା | ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଜୀବନରେ ସଚ୍ଚୋଟ ଭାବରେ କାର୍ଯ୍ୟ କରିଛନ୍ତି। ଯେତେବେଳେ ମୁଁ ଟିଭି ଚ୍ୟାନେଲରେ କାମ କରୁଥିଲି ସେତେବେଳେ ଭଲ ଜୀବନ ଚାଲିଥିଲା ​​| ପରେ ମୁଁ ତାହା ଛାଡି ରାଜନୀତିରେ ଯୋଗ ଦେଲି। ବର୍ତ୍ତମାନ ଯଦି ସେମାନେ ମୋତେ ଜେଲକୁ ପଠାନ୍ତି ତେବେ ମୋ ପତ୍ନୀ ଏକୁଟିଆ ରହିବେ କିନ୍ତୁ ମୁଁ ଭୟ କରେ ନାହିଁ। ଏହାରି ଭିତରେ ଆପ୍ ନେତା ଓ କର୍ମୀମାନେ ସିବିଆଇ ଅଫିସ ବାହାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆପ୍ ନେତା ସଞ୍ଜୟ ସିଂହଙ୍କ ନେତୃତ୍ୱରେ ଏହି ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଛି। କେବଳ ସଞ୍ଜୟ ସିଂହ ନୁହେଁ ମନ୍ତ୍ରୀ ଗୋପାଳ ରାୟ ସମେତ ଅନ୍ୟ ଆପ୍ ନେତା ଓ କର୍ମୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରବିବାର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏହାକୁ ବିରୋଧ କରି ଆମ୍ ଆଦମୀ ପାର୍ଟିର ନେତା ଓ କର୍ମୀମାନେ ସିବିଆଇ ଅଫିସ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ସିବିଆଇ କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଲାଗୁ କରିଛି।

Breaking News