ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ତୁର୍କୀରେ ଆଜି ପୁଣିଥରେ ଭୂକମ୍ପ ହୋଇଛି। ଭୂକମ୍ପ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମାଳତ୍ୟ ପ୍ରଦେଶର ୟେସିଲ୍ୟୁର୍ଟ ସହରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ସୋମବାର ହୋଇଥିବା ସଦ୍ୟ ଭୁକମ୍ପ ଯୋଗୁଁ ୩୦ରୁ ଅଧିକ ଘର ଭାଙ୍ଗି ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଚଳିତମାସ ୬ ତାରିଖରେ ହୋଇଥିବା ଭୂକମ୍ପ ଯୋଗୁଁ ତୁର୍କୀ ଏବଂ ସିରିୟାରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଲକ୍ଷାଧିକ ଘର ମାଟିରେ ମିଶିଯାଇଛି। ମାଳତ୍ୟ ସମେତ ମୋଟ୍ ୧୧ଟି ତୁର୍କୀ ପ୍ରଦେଶରେ ଭୂକମ୍ପ ବିପର୍ଯ୍ୟୟ ସୃଷ୍ଟି କରିଛି। ତୁର୍କୀ ଏବେ ପୁଣିଥରେ ନୂଆ କରି ସଜାଡ଼ି ହେଉଥିବାବେଳେ ପଛକୁ ପଛ ଭୂକମ୍ପ ଯୋଗୁଁ ଆତଙ୍କ ଖେଳିଯାଇଛି।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….