ରିପୋର୍ଟ କାର୍ଡ / କଟକ
କଟକରୁ ନକଲି ମେଡିସିନ୍ ଜବତ କରିଛି ପୋଲିସ | ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ନକଲି ମେଡିସିନ ଜବତ କରିଛି। ଏହି ଘଟଣାରେ ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଶ୍ରୀ ଡିଷ୍ଟ୍ରିବ୍ୟୁଟର ନକଲି ମେଡିସିନ୍ ବିକ୍ରି କରୁଥିବା ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୨ ଲକ୍ଷ ଟଙ୍କାର ଏହି ନକଲି ମେଡିସିନ୍ ଜବତ କରାଯାଇଥିଲା। ପେଟ ରୋଗ ପାଇଁ ଉଦ୍ଦିଷ୍ଟ ଏହି ମେଡିସିନ ରାଜ୍ୟ ବାହାରୁ ଆଣି ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।






More Stories
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ନୂଆ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର…..
ମୌସୁମି ଆସିବାକୁ ନେବ ଆଉ ଦୁଇଦିନ ଅଧିକ…..