ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ଲୋୟର ପିଏମଜିରେ ଯୁବ ମୋର୍ଚ୍ଚାର ରାଲି କରାଯାଉଥିବା ବେଳେ ନବ ଦାସଙ୍କ ହତ୍ୟା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ କମ୍ପୁଛି ରାଜଧାନୀ ରାଜରାସ୍ତା । ଲୋୟର ପିଏମଜି ପାଲଟିଛି ପ୍ରକାର ରଣକ୍ଷେତ୍ର । ତେବେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ପୋଲିସ ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ରାଲିରେ ରାଜ୍ୟର ସବୁ ଜିଲ୍ଲାର ଯୁବ ମୋର୍ଚ୍ଚା ସଦସ୍ୟମାନେ ଏଥିରେ ସାମିଲ ହୋଇଛନ୍ତି | ବିଶାଳ ରାଲି ସହ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିଥିଲେ। ଭିତରକୁ ଯିବାକୁ ଉଦ୍ୟମ କରିବା ସମୟରେ ପୋଲିସ ଅଟକାଇବାକୁ ପ୍ରୟାସ କରିଥିଲା। ଏହାପରେ ପୋଲିସ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ସହ ଲାଠି ମାଡ ହୋଇଛି। ଏଥିରେ କିଛି ପୋଲିସ ଓ ବିଜେପି କର୍ମୀ ଆହତ ହୋଇଛନ୍ତି।






More Stories
ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର…..
ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ…..
ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ……