ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ଏପ୍ରିଲ ୩ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏପ୍ରିଲ ୫ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ସେହିଭଳି ଏପ୍ରିଲ ୧୯ ତାରିଖରେ ଏନ୍ଏସି ଅଧ୍ୟକ୍ଷ ନିର୍ବାଚନ ହେବ। ଆଜିଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞାପିତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଲାଗୁ ହୋଇଛି। ଉଭୟ ହିନ୍ଦୋଳ ଓ ଅତାବିରା ଏନଏସିରେ ମୋଟ ୨୮ଟି ୱାର୍ଡର ୩୨ ବୁଥ ଅଛି। ଏଥିରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି। ନିର୍ବାଚନରେ ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରିପାରିବେ ସେନେଇ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୫୦ ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ଥିବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୫୦ ହଜାର ଟଙ୍କା ହୋଇପାରିବ। ୫୦ ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ହୋଇପାରିବ। ସେହିଭଳି ୫୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୭୫ ହଜାର ଟଙ୍କା କରାଯାଇଛି। ୧ ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ଥିବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କା ରହିଛି। ୧ ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ଥିବା ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।






More Stories
୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର…..
ପବନ ସହ ପ୍ରବଳ ବର୍ଷା…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….