Report Card Odisha

| Daily Odia News

ନିଯୁକ୍ତି ପାଇବେ ୪୦ ହଜାର ଶିକ୍ଷକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବି ପୂରଣ ହେବ | ଏନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୯ ହଜାର ୩୪୮ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବି ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ଯୋଜନା ଭିତ୍ତିକ ନିଯୁକ୍ତି ଦିଆଯିବ। ଏଥିସହ ପ୍ରାଥମିକସ୍ତରରେ ୫୪ ହଜାର ବରିଷ୍ଠ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କର ପଦୋ ହାଇସ୍କୁଲସ୍ତରରେ ୧୭ ହଜାର ୪୨୮ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇବେ। ଗଣଶିକ୍ଷା ବିଭାଗର ଆବଶ୍ୟକତାକୁ ଆଧାର କରି ୭ ହଜାର ୫୪୦ ସରକାରୀ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି)ଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବାକୁ ୬୦୨୫ ଏଲ୍‌ଟିଆର୍‌(ଛୁଟି ଓ ପ୍ରଶିକ୍ଷଣ ପାଇଁ ସଂରକ୍ଷିତ ପଦବି) ଶିକ୍ଷକ ପଦବି ସୃଷ୍ଟି କରାଯାଇ ଓଏସ୍‌ଏସ୍‌ସି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ହାଇସ୍କୁଲ ସହ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ମୋଟ ୧୭୯୯ କନିଷ୍ଠ ସହାୟକ ପଦବି ପୂରଣ ନିମନ୍ତେ ପ୍ରକ୍ରିୟା ଚାଲିଛି। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୦୬୪ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ସର୍ଭିସ୍‌ ସିଲେକ୍ସନ ବୋର୍ଡ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ୧୯୨୦ ଅଧ୍ୟାପକ ନିଯୁକ୍ତ ହେବେ। ଓପିଏସ୍‌ସି ମାଧ୍ୟମରେ ବିଦ୍ୟାଳୟରେ ୩୩୫ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରକ୍ରିୟା ହୋଇଛି। ୨୦୨୩-୨୪ ସୁଦ୍ଧା ଆହୁରି ୩୬୭ଜଣ ପିଜିଟି ନିଯୁକ୍ତ ହେବେ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୧୫୪୩ଜଣ ପିଜିଟି ନିଯୁକ୍ତ କରାଯିବ। ସର୍ଭିସ୍‌ ସିଲେକ୍ସନ ବୋର୍ଡ ଦ୍ବାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୫୫୫ ପିଜିଟି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଡିଆଇଇଟି ଓ ବିଆଇଇଟିରେ ୧୨୦ ଶିକ୍ଷକ-ପ୍ରଶିକ୍ଷକ ପଦବି ପୂରଣ କରିବାକୁ ଓଏସ୍‌ଏସ୍‌ସି ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Breaking News