ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାଣିପାଗରେ ପରିବର୍ତ୍ତନ ପାଇଁ ଭାଇରାଲ ସଂକ୍ରମଣ ବଢ଼ୁଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ୯୦ ପ୍ରତିଶତ ବୃଦ୍ଧି ହୋଇଛି। ଡାକ୍ତରଙ୍କ ଅନୁଯାୟୀ ଅଧିକାଂଶ ଲୋକଙ୍କଠାରେ ଏବେ ଥଣ୍ଡା, କାଶ, ଗଳା ଦରଜ, ଜ୍ବର ଓ ମୁଣ୍ଡବିନ୍ଧାର ଲକ୍ଷଣ ଦେଖାଦେଇଛି। ଏଚ୍୩ଏନ୍୨ ଇନ୍ଫ୍ଲୁଏଞ୍ଜା ସହ ଅନ୍ୟାନ୍ୟ ଭାଇରାଲ୍ ସଂକ୍ରମଣ ବଢ଼ୁଛି। ପାଣିପାଗ ହିଁ ମଣିଷର ସ୍ବାସ୍ଥ୍ୟ ଉପରେ ଅତି ଖରାପ ପ୍ରଭାବ ପକାଉଛି। ଶୀତଦିନେ ହୃଦ୍ରୋଗ ବୃଦ୍ଧି ପାଇଥିବାବେଳେ ପାଣିପାଗର ପରିବର୍ତ୍ତନ ପର୍ଯ୍ୟାୟରେ ଭାଇରାଲ ସଂକ୍ରମଣ ବଢ଼ୁଛି। ପ୍ରାଇମସ ହସ୍ପିଟାଲରେ ଡାକ୍ତରମାନେ କହିଛନ୍ତି, ଅଚାନକ ପାଗ ପରିବର୍ତ୍ତନ ପାଇଁ ଓପିଡିରେ ରୋଗୀଙ୍କ ସଂଖ୍ୟା ୯୦ ପ୍ରତିଶତ ବୃଦ୍ଧି ପାଇଛି। ଅନେକ ରୋଗୀ ସାଂଘାତିକ ଫୁସଫୁସ ସଂକ୍ରମଣର ଶିକାର ହୋଇଛନ୍ତିଛନ୍ତି। ସହରାଞ୍ଚଳରେ ଉତ୍କଟ ପ୍ରଦୂଷଣ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢ଼ାଉଛି। ବୟସ୍କ,ଶିଶୁ ଏବଂ ଗର୍ଭବତୀ ମହିଳା ଅଧିକ ସଂକ୍ରମଣର ଶିକାର ହେଉଛନ୍ତି। ତେଣୁ ସେମାନେ ବାହାରକୁ ବାହାରିବା ବେଳେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..