ରିପୋର୍ଟ କାର୍ଡ / କୋରାପୁଟ
ଏକୋରାପୁଟ ଜିଲ୍ଲରେ ଆଜି ୫.୫ ମିନିଟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୂରରେ ଏହି ଭୂକମ୍ପ ହୋଇଥିବା ନେଇ ସୂଚନା ମିଳିଛି | ହଠାତ ଘରର ଝରକା ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଘରେ ଥିବା ଆସବାବପତ୍ର ବି ଦୋହଲି ଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା। ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।






More Stories
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..