ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେଘାଳୟରେ ଏନ୍ପିପି ନେତା କନରାଡ୍ ସାଙ୍ଗମା ନୂତନ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା ୭ ତାରିଖ ମଙ୍ଗଳବାର ସେ ଶପଥ ଗ୍ରହଣ କରିବେ। ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହେବାକୁ ଯାଉଥିବା ବେଳେ ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଜଣାପଡ଼ିଛି। ନିର୍ବାଚନ ପୂର୍ବରୁ କନରାଡ୍ ଦଳ ସହ ବିଜେପି ମଧ୍ୟରେ ମତଭେଦ ଉପୁଜି ମେଣ୍ଟ ଭାଙ୍ଗି ଯାଇଥିବା ବେଳେ ନିର୍ବାଚନ ପରେ ପୁଣି ଥରେ ବିଜେପି ସହ ସମ୍ପର୍କର ହାତ ବଢ଼ାଇଛି। ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭା ଆସନରେ କନରାଡ ସାଙ୍ଗମାଙ୍କ ଏନ୍ପିପି ୨୬ ଆସନ ହାସଲ କରିଥିବା ବେଳେ ବିଜେପି ମାତ୍ରୟ ୨ଟି ଆସନରେ ବିଜୟୀ ହୋଇଛି । ୟୁନାଇଟେଡ୍ ଡିମୋକ୍ରାଟିକ ପାର୍ଟି ୧୧ ଆସନ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଛି। ଅନ୍ୟମାନଙ୍କୁ ୨୧ଟି ଆସନ ମିଳିଛି । ମେଘାଳୟରେ ମ୍ୟାଜିକ ନମ୍ବର ୩୨ଟି ଆବଶ୍ୟକ ଥିବା ବେଳେ କନରାଡଙ୍କ ପ୍ରତି ଆବଶ୍ୟକ ସଂଖ୍ୟାର ସମର୍ଥନ ଥିବା ଦାବି କରିଛନ୍ତି। କିନ୍ତୁ ତାଙ୍କୁ କେଉଁ କେଉଁ ଦଳ ସମର୍ଥନ କରୁଛନ୍ତି ସେ କହିବାକୁ ମନା କରିଦେଇଛନ୍ତି। ତେବେ ଗତକାଲି ସାଙ୍ଗମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍ କରି ରାଜ୍ୟରେ ସରକାର ଗଠନ ପାଇଁ ବିଜେପିର ସହଯୋଗ ଲୋଡ଼ିଥିଲେ। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ମେଘାଳୟରେ ଏନ୍ପିପି-ବିଜେପି ମଧ୍ୟରେ ପୁଣି ମେଣ୍ଟ ହୋଇ ସରକାର ଗଠନ ହେବ। ମେଘାଳୟର ବିଜେପି ସଭାପତି ଅର୍ନେଷ୍ଟ୍ ମୋରି ରାଜ୍ୟରେ ବିଜେପି ସହଯୋଗରେ ସରକାର ଗଠନ ହେବ ବୋଲି ଦାବି କରିଛନ୍ତି। ମେଘାଳୟରେ କନ୍ରାଡ଼ ସାଙ୍ଗମାଙ୍କ ନେସ୍ନାଲ ପିପୁଲ୍ସ ପାର୍ଟି ଓ ବିଜେପି ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ। ଗତ ସରକାରରେ ଏନପିପିର ସହଯୋଗୀ ଥିବା ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି ଚଳିତ ଥର ୧୧ଟି ଆସନ ଜିତି ଦ୍ୱିତୀୟ ବୃହତମ ଦଳଭାବେ ପରିଗଣିତ ହୋଇଛି।






More Stories
ରେପୋ ହାର ହ୍ରାସ…..
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..